ଆଜି କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି | ଜିଲ୍ଲା ପରିଷଦର କନଫରେନ୍ସ ହଲରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଉତ୍କଟ ପାନୀୟ ଜଳର ସମସ୍ୟା । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳ ସମସ୍ୟା ଦୂର କରାଯିବା ପାଇଁ ବୈଠକରେ ହୋଇଥିଲା ନିଷ୍ପତ୍ତି | ସେହିଭଳି ଶିକ୍ଷା , ସ୍ୱାସ୍ଥ୍ୟ, ଗ୍ରାମ୍ୟ ଗୃହ ନିର୍ମାଣ ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।
ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ, କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର ନବ ନିର୍ବାଚିତ ୩୦ଜଣ ଜିଲ୍ଲା ପରିଷଦ ସଦସ୍ୟଗଣ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟମାନେ ବୈଠକରେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।