ମହାମାରୀ କରୋନା ଯୋଗୁ ଅନେକ ପରିବାର ଉଜୁଡ଼ିଗଲା | ବାପା, ମା’ଙ୍କୁ ହରାଇ ଅସହାୟ ହୋଇପଡିଛନ୍ତି ଅନେକ ଶିଶୁ । ହେଲେ କୋଭିଡ଼ରେ ମୃତ ବାପା, ମାଙ୍କ ପିଲାଙ୍କ ପାଠପଢା ପାଇଁ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି | ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି ନୂଆ ନିୟମ । କୋଭିଡ଼ରେ ମୃତ ବାପା, ମାଙ୍କ ପିଲାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ମିଳିବ ସୁଯୋଗ। ଏମ୍ପି କୋଟା ଉଚ୍ଛେଦ ସହ କୋଭିଡ଼ ଅନାଥ ବ୍ୟବସ୍ଥା ଲାଗୁ କଲା କେନ୍ଦ୍ରୀୟ ବିଦ୍ୟାଳୟ।
ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବର୍ଷକୁ ୧୦ଜଣ କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ସୁଯୋଗ ଦିଆଯିବ ।ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟରେ ବର୍ଷକୁ ୧୦ ଓ ଗୋଟିଏ ଶ୍ରେଣୀରେ ୨ ଜଣଙ୍କୁ ଆଡମିଶନ କରିପାରିବେ । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।