ଜଗତସିଂହପୁର ମା ଶାରଳାଙ୍କ ମନ୍ଦିରରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସକାଳ ୭ଟାରେ ମନ୍ଦିରରେ ପହଞ୍ଚି ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ ଭି.କେ ପାଣ୍ଡିଆନ୍ । ଏହାସହ ମନ୍ଦିର ପରିସର, ଯାତ୍ରୀଙ୍କ ରହିବା ଓ ପରିପାର୍ଶ୍ଵିକ ସ୍ଥାନ ବୁଲି ଦେଖିଥିଲେ । ଏହି ଅବସରରେ ମନ୍ଦିରର ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ।
ଶାରଳାଙ୍କ ପୀଠର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପାଣ୍ଡିଆନ। ଶାରଳା ପୀଠର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ନେଇ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ପରେ ଜିଲ୍ଲାପାଳ ମନ୍ଦିରର ନକ୍ସା ସାହାଯ୍ୟରେ ମନ୍ଦିର ସୂଚନା ପ୍ରଦାନ କରିଥିଲେ। ମନ୍ଦିରର ସମସ୍ୟା ନେଇ ସେବାୟତ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ୫ଟି ସଚିବ । ମନ୍ଦିର ପରିସରରେ ଥିବା ଚନ୍ଦନ ପୋଖରୀ, ମନ୍ଦିର ବେଢ଼ା, ମୁଖ୍ୟ ଫାଟକ ଦ୍ଵାରରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ସମସ୍ତ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବା ନେଇ ୫ଟି ସଚିବ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଥିଲେ।