ଖୁବ୍ ଶୀଘ୍ର ଟ୍ୱିଟର ନୂଆ ମାଲିକ ହେବେ ଏଲନ ମସ୍କ । ଏହି ସୋଶାଲ ମିଡିଆ ପ୍ଲାଟଫର୍ମର ମାଲିକ ହେବେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ଟ୍ୱିଟର ସାଇଟକୁ କିଣିବା ପାଇଁ ଏଲନ ମସ୍କ ଡିଲ୍ ଉପସ୍ଥାପନ କରିଥିଲେ | ମସ୍କଙ୍କ ଅଫରକୁ ଗ୍ରହଣ କରି ନେଇଛି ଟ୍ୱିଟର ବୋର୍ଡ। ୪୪ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୩୬୮ ଅରବ ମୂଲ୍ୟରେ ଏହାର ମାଲିକାନା ହାସଲ କରିବେ ମସ୍କ । ସୋମବାର ଏଲୋନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ହୋଇଥିବା ଡ଼ିଲ ଫାଇନାଲ ହୋଇଛି। ଟୁଇଟର ବୋର୍ଡର ଚେୟାରମ୍ୟାନ୍ ବ୍ରେଟ୍ ଟେଲର ଏଲୋନ୍ ମସ୍କଙ୍କ ସହ ହୋଇଥିବା ଡିଲ୍ ବିଷୟରେ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଲ୍ ଲାଗି ସମସ୍ତ ପ୍ରକ୍ରିୟା ଶେଷ ହୋଇଯିବ । ପ୍ରକ୍ରିୟା ଶେଷ ହେବା ପରେ ଟ୍ୱିଟର ଏକ ପ୍ରାଇଭେଟ କମ୍ପାନୀରେ ପରିଣତ ହୋଇଯିବ ଓ ଏହାର ମାଲିକ ହେବେ ଏଲନ ମସ୍କ । ଚୁକ୍ତି ପରେ ଏଲୋନ୍ ମସ୍କ ଫ୍ରିଡମ ଅଫ୍ ସ୍ପିଚ୍ (ବାକ୍ ସ୍ୱାଧୀନତା) ଉପରେ କାର୍ଯ୍ୟ କରିବେ । ବାକ୍ ସ୍ୱାଧୀନତା ବିଷୟରେ ଏଲୋନ୍ ମସ୍କ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ପ୍ରତ୍ୟକ ବ୍ୟକ୍ତିର ବାକ୍ ସ୍ୱାଧୀନତାର ଅଧିକାର ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଡିଲ୍ ଅନୁଯାୟୀ ମସ୍କକୁ ପ୍ରତ୍ୟେକ ସେୟାର ପାଇଁ ୫୪.୨୦ଡଲାର ଦେବାକୁ ପଡିବ | ବର୍ତ୍ତମାନ ତାଙ୍କର କମ୍ପାନୀର ଶତପ୍ରତିଶତ ମାଲିକାନା ରହିବ | ମସ୍କ ପ୍ରଥମେ ଏପ୍ରିଲରେ ଟ୍ୱିଟରରେ ୯% ଅଂଶଧନ କିଣିଥିଲେ, ତା’ପରେ ସେ ମୁକ୍ତ ବକ୍ତବ୍ୟର ସୁରକ୍ଷା ପାଇଁ ନିଜ ମିଶନକୁ ଦର୍ଶାଇ ପୁରା କମ୍ପାନୀ କିଣିବାକୁ ପ୍ରସ୍ତାବ ଦେଇଥିଲେ। ଦୀର୍ଘ ଦିନର ଆଲୋଚନା ପରେ ଟ୍ୱିଟରର ବୋର୍ଡ ଏବଂ ମସ୍କ ମଧ୍ୟରେ ଏହି ଡିଲ୍ ଚୂଡାନ୍ତ ହୋଇଥିଲା |