ପାରାଦ୍ୱୀପରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର । କେନ୍ଦ୍ର ଜାହାଜ ଚଳାଚଳ, ଜଳପଥ ଓ ବନ୍ଦର ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଆଜି ଏହାକୁ କରିଛନ୍ତି ଉଦଘାଟନ । ଏହି ନଦୀଭିତ୍ତିକ ବନ୍ଦର ମାଧ୍ୟମରେ ଇଫକୋ ସାର କାରଖାନାରୁ ବାହାରୁଥିବା ସାର, ଜିପସମ ସହଜରେ ବିଭିନ୍ନ ସ୍ଥାନକୁ ନଦୀ ମାଧ୍ୟମରେ ପରିବହନ କରାଯାଇପାରିବ | ପାରାଦ୍ୱୀପ ବନ୍ଦରର ବିକାଶ ଓ ପଣ୍ୟ କାରବାର କିପରି ଅଧିକ ହେଇପାରିବ ସେ ବିଷୟରେ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ |
କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଦୁଇଦିନିଆ ପାରାଦ୍ୱୀପ ଗସ୍ତରେ ଆସିଛନ୍ତି | ନେହେରୁ ବଙ୍ଗଳା ସ୍ଥିତ ଜବାହର ଅତିଥି ଭଵନଠାରେ ପାରାଦ୍ୱୀପ ବନ୍ଦରର ଅଧକ୍ଷ୍ୟ ପି.ଏଲ ହରନାଦ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ | ସିଆଇଏସଏଫ ପାରାଦ୍ୱୀପ ୟୁନିଟ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା | ନବନିର୍ମିତ କନଭେନସନ ସେଣ୍ଟରକୁ ଲୋକାର୍ପିତ କରିଥିଲେ ମନ୍ତ୍ରୀ | ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦରରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ପାରାଦ୍ୱୀପ ବନ୍ଦରର ବିଭାଗୀୟ ମୁଖ୍ୟ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ସୋନୋୱାଲ |
ଆଗାମୀ୨୦୩୦ ସୁଦ୍ଧା ପାରାଦ୍ୱୀପ ବନ୍ଦର ଦ୍ୱାରା ୫୦୦ ମେଟ୍ରିକ ଟ୍ରନ ପଣ୍ୟ କାରବାର ଲକ୍ଷ୍ୟ ରଖି କାମ କରିବାକୁ ସେ ଆହ୍ୱାନ ଦେଇଥିଲେ | ଆଜି ସେ କଣ୍ଟେନର ସ୍କାନର ପଦ୍ଧତିକୁ ଉଦ୍ଧଘାଟନ କରିଥିଲେ | ଏଥିସହିତ ପାରାଦ୍ୱୀପର ଦ୍ୱିତୀୟ ପ୍ରବେଶ ଓ ପ୍ରସ୍ଥାନ ପଥର ଶୀଳାନ୍ୟାସ, ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରଉଦଘାଟନ କରିଥିଲେ |