ବର ଘରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଲା ପିକଅପ ଭ୍ୟାନ | ଫଳରେ ପିକଅପରେ ଥିବା ୨୫ ଯାତ୍ରୀ ଆହତ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୯ ଜଣ ଗୁରୁତର ହୋଇପଡିଛନ୍ତି | ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝିଟିକୁଗୁଡା ନିକଟରେ ରବିବାର ସନ୍ଧ୍ୟାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା |
ସୂଚନା ମୁତାବକ, କୋଷାଗୁମୁଡା ବ୍ଲକ ସିନ୍ଧିଗୁଡା ଗ୍ରାମର ଝିଅ ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଗ୍ରାମରେ ବିବାହ କରିଛନ୍ତି | କନ୍ୟା ପରିବାର ଲୋକ ଓ ବନ୍ଧୁବାନ୍ଧବ ପ୍ରାୟ ୩୦ ଜଣ ଗତକାଲି ଏକ ପିକ୍ଅପ୍ ଭ୍ୟାନ୍ରେ ବର ଘରକୁ ବୁଲିବାକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ଝିଟିକୁଗୁଡା ରାସ୍ତାରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡିଥିଲା। ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାୟ ୯ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |