<h2><strong>ବିଦ୍ୟାଳୟରେ ପଢିବା ବଦଳରେ ଧାରଣା ଦେଉଛନ୍ତି ଛାତ୍ରଛାତ୍ରୀ | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡ଼ିଆ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ | </strong></h2> https://youtu.be/-jnEv7gLC_I <h2><strong>ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 379 ଜଣ ଛାତ୍ର ଓ ଛାତ୍ରୀ ପାଠ ପଢୁଛନ୍ତି | କିନ୍ତୁ ପାଠ ପଢାଇବାକୁ ସ୍କୁଲରେ ମାତ୍ର ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ସେଥିପାଇଁ ଆଜି ସ୍କୁଲ ଗେଟ୍ ବନ୍ଦ କରି ଛାତ୍ର ଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା | ଛାତ୍ରଛାତ୍ରୀମାନଙ୍କର ଦାବି ଅନୁସାରେ ଆଉ ୪ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଦେଲେ ସେମାନେ ଠିକ୍ ଭାବରେ ପାଠ ପଢିପାରିବେ । ଏନେଇ ସେମାନେ ଉପର କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ଆଉ କେଉଁଦିନ ଏହି କୁନି କୁନି ଛାତ୍ରଛାତ୍ରୀମାନଙ୍କ କଥା ଶୁଣୁଛି ପ୍ରଶାସନ | </strong></h2>