ଇଞ୍ଜିନିୟର ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ସୁପାରୀ ଦେବା ମାମଲାର ଫିଟୁଛି ଗୁମର | ରେଲୱେ ଇଂଜିନିୟରଙ୍କ ପତ୍ନୀଙ୍କ ଗୁମର ଗୋଟିଏ ପରେ ଗୋଟିଏ ଫିଟିବାରେ ଲାଗିଛି । ୨୦୨୦ ମସିହାରେ ନିଜକୁ ଏନ୍ଏଚ୍ଆରସିର ଚେୟାରମ୍ୟାନ୍ କହି ୩ଲକ୍ଷ ଟଙ୍କା ମାଗୁଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ମାଷ୍ଟରମାଇଣ୍ଡ ମହିଳା ଜଣକ ଗାଡ଼ିରେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଲୋଗୋ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ଟଙ୍କା ହଡପ କରୁଥିବା ଜଣାପଡିଛି । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଏନେଇ ଅନୁଗୁଳ ଏସପିଙ୍କୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା ।
ଅନ୍ୟପକ୍ଷେ ଇଞ୍ଜିନିୟର ସ୍ୱାମୀକୁ ହତ୍ୟା ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଲୋକ ଲଗାଇବା ପରେ ସିଲସିଲା ବେହେରା ଫେରାର ହୋଇଯାଇଥିବା ପୋଲିସ କହୁଛି । ରେଲୱେ ଇଂଜିନିୟର ବିନୟ ବେହେରାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପତ୍ନୀ ସିଲସିଲା ବେହେରା ଷଡଯନ୍ତ୍ର କରିଥିଲେ ବୋଲି ପ୍ରେସ ରିଲିଜ ଜାରି କରିଛି ପୋଲିସ । ତେଣୁ ସୁପାରୀ ଦେଇଥିବା ସ୍ତ୍ରୀ ଓ ସୁପାରି କିଲରକୁ ଖୋଜୁଛି ପୋଲିସ । କିନ୍ତୁ ସେପଟେ ଅଭିଯୁକ୍ତ ସ୍ତ୍ରୀ ସିଲ୍ସିଲା ବେହେରା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ ନାହିଁ। ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା କଥା ମଧ୍ୟ ମିଛ।