ଘରର କାନ୍ଥରେ ଓ ଚଟାଣରେ ଲାଗିଥିବା ଟାଇଲ ତଳୁ ବାହାରିଲା କୋଟି କୋଟି ଟଙ୍କା | ପାଇଖାନା ଠାରୁ ବି ଆହୁରି ଛୋଟ ଘର ଥିବା ଏକ ଅଫିସରୁ ମହାରାଷ୍ଟ୍ର ଜିଏସ୍ଟି ବିଭାଗ ପୁଳା ପୁଳା ଟଙ୍କା ଜବତ କରିଛି | ୩୫ ବର୍ଗ ଫୁଟ ଘର ଭିତରୁ ନଗଦ ୧୦ କୋଟି ଟଙ୍କା ଓ ରୁପା ଇଟା ଜବତ କରିଛନ୍ତି ଜିଏସ୍ଟି ଅଧିକାରୀ ।
କମ୍ପାନୀର କାର୍ଯ୍ୟକଳାପରେ ସନ୍ଦେହ ଉପୁଜିବାରୁ ଜିଏସଟି ବିଭାଗ ରେଡ୍ କରିଥିଲା । ଏପ୍ରିଲ ୧୬ରୁ ବିଭାଗ ପକ୍ଷରୁ ବିଭାଗ ପକ୍ଷରୁ ଚାମୁଣ୍ଡା ବୁଲିୟନ ନାମକ ଗୋଟିଏ କମ୍ପାନୀର ଦକ୍ଷିଣ ମୁମ୍ବାଇର ଜାଭେରି ବଜାରରେ ଥିବା ଠିକଣା ସମେତ ଏକାଧିକ ସ୍ଥାନରେ ରେଡ୍ କରାଯାଇଥିଲା। ଜିଏସ୍ଟି ମୁମ୍ବାଇର କାଲବା ଦେବୀସ୍ଥିତ ଏକ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ୧୦ କୋଟି ଟଙ୍କା ସହ ୨୦ କିଲୋଗ୍ରାମ ରୂପା ଜବତ କରିଛି। ତେବେ ବ୍ୟବସାୟୀ ଜଣକ ଏହି ଛୋଟିଆ ଘରେ କାନ୍ଥ ଓ ଚଟାଣରେ ଅତି ଚାଲାକି ଭାବେ ଟଙ୍କା ଓ ରୁପା ଲୁଚାଇ ରଖିଥିଲେ | ଯେମିତି କାହାର ସନ୍ଦେହ ନହେବ ତାହା ଉପରେ ଟାଇଲ ପକାଇ ଦେଇଥିଲେ | ତେବେ ଟାଇଲ ତଳେ ଏକ ଅଖାରେ ନଗଦ ୧୦ କୋଟି ଟଙ୍କା ଏବଂ ୨୦ କିଲୋଗ୍ରାମ ରୂପା ଇଟା ମିଳିଥିଲା | ଏହି ରୁପା ଇଟାଗୁଡ଼ିକର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ।
#GST की मुंबई में बड़ी कार्रवाई।
बुलियन ट्रेडर के दफ्तर में जमीन से निकली 9.5 करोड़ की नकदी और 20 किलो चांदी।
25 करोड़ की चामुंडा बुलियन ट्रेडर्स कंपनी ने 3 साल में कमाए 1750 करोड़ रुपए ! pic.twitter.com/1JJAombZA0— sunilkumar singh (@sunilcredible) April 23, 2022
ରେଡ୍ ବେଳେ ନଗଦ ଟଙ୍କା ମିଳିବାରୁ ଘରର ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଇଥିଲା। ହେଲେ ସେମାନେ ଟଙ୍କା ଏଠାକୁ କେମିତି ଆସିଲା, ସେକଥା ଜାଣିନଥିବା କହିଛନ୍ତି। ଏଥିଯୋଗୁ ଜିଏସ୍ଟି ଅଧିକାରୀମାନେ ଘରକୁ ସିଲ୍ କରିବା ସହ ଆୟକର ବିଭାଗକୁ ଖବର ଦେଇଥିଲେ।