ଭଦ୍ରକ: ବେଆଇନ ଭାବେ ବାହାରକୁ ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ । ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର । ସୂଚନା ଅନୁଯାୟୀ, ଭଦ୍ରକ ରୁ ଏକ ପିକଅପ ଯୋଗେ ୨୦ ରୁ ଉର୍ଦ୍ଧ୍ୱ ଗୋରୁ ବୋଝେଇ କରାଯାଇ ବେଆଇନ ଭାବେ ବାହାରକୁ ଚାଲାଣ କରାଯାଉଥିଲା। ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଭଦ୍ରକରୁ ପିକଅପ୍ ଭ୍ୟାନରେ ୨୦ ରୁ ଅଧିକ ଗୋରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ଏହି ସମୟରେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ପିକଅପ୍ ଭ୍ୟାନ । ଖବର ପାଇ ବଜରଙ୍ଗ ଦଳର କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଳମ୍ବିତ ରାତିରୁ ଭଦ୍ରକ ଷ୍ଟେସନ ଛକ ନିକଟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଅଟକ ରଖିଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ସହ ଗାଡିରେ ବସିଥିବା ୪ରୁ ୫ ଜଣ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାର ଅଧିକ ତନାଘନା ଆରମ୍ଭ କରିଛି । ଜବତ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ କୋଲକାତା ଯାଉଥିଲା। ପୋଲିସ ର ଏଭଳି ନିଷ୍କ୍ରିୟତା ଯୋଗୁଁ ଭଦ୍ରକ ରେ ବେଆଇନ ଭାବେ ଗୋରୁ ବାହାରକୁ ଚାଲାଣ ହେଉଛି। ଜବତ ହୋଇଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଟି ଭଦ୍ରକ ରୁ କୋଲକାତା ନେଇ ଯାଉଥିବା ସୂଚନା ।