ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ । ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ହରିୟାଣାର ନିଶାନ୍ତ କୁମାର। ସେ ଏମ୍ବିବିଏସ୍ ପ୍ରଥମ ବର୍ଷର ଛାତ୍ର ଥିଲେ। ନିଶାନ୍ତ ମେଡିକାଲ କଲେଜର ନ୍ୟୁ ବଏଜ୍ ହଷ୍ଟେଲରେ ରହୁଥିଲେ।
ହଷ୍ଟେଲର ସାତ ମହାଲା କୋଠାରୁ ଖସି ପଡ଼ିଥିଲେ ନିଶାନ୍ତ | ତାଙ୍କୁ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ମଧ୍ୟାହ୍ନ ଭୋଜନ ପରେ ନିଶାନ୍ତ ଛାତ ଉପରକୁ କାହିଁକି ଯାଇଥିଲେ? ସେ ଯେତେବେଳେ ଛାତ ଉପରକୁ ଯାଇଥିଲେ, ଅନ୍ୟମାନେ କେମିତି ଜାଣିପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହା ଆତ୍ମହତ୍ୟା ନା ଅଘଟଣ ଏଯାଏଁ ସ୍ପଷ୍ଟ ହୋଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି ।