ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ। ୭ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଜାମିନ୍ ଅବଧି ସରିବା ପରେ ଅତ୍ମସମର୍ପଣ କରିବା ପାଇଁ କୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଏନେଇ ଆଇନଜୀବୀ ରଶ୍ମି ରଂଜନ ମିଶ୍ର ଦେଇଛନ୍ତି ସୂଚନା ।
ବାଣପୁର ବ୍ଲକ ସମ୍ମୁଖରେ ୨୦ ଜଣରୁ ଅଧିକ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ଚିଲିକା ବିଧାୟକ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିଥିଲେ ଓ ତାଙ୍କ ଦାମୀ କାର୍କୁ ଭାଙ୍ଗିରୁଜି ଚୁର୍ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ କିଛି ଦିନ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ପରେ ମେଡିକାଲରୁ ଡିସଚାର୍ଜ ହେବା ପରେ ପୋଲିସ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ।