ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ବିବାଦରେ ଖିଲାଡି ଷ୍ଟାର ଅକ୍ଷୟ କୁମାର | ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ନିଜ ଶୁଭେଚ୍ଛୁଙ୍କୁ କ୍ଷମା ମାଗିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର | ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଥିବା ସେ ନିଜେ ଟ୍ୱିଟ କରି ଦେଇଛନ୍ତି ସୂଚନା ।
ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଗତ କିଛି ଦିନ ଧରି ତାଙ୍କ ପ୍ରଶଂସକ ଏବଂ ଶୁଭେଛୁଙ୍କ ପ୍ରତିକ୍ରିୟା ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି । ସେ ଆଉ କୌଣସି ଗୁଟଖାର ପ୍ରଚାର ପାଇଁ ବିଜ୍ଞାପନରେ କାର୍ଯ୍ୟ କରିବେ ନାହିଁ । ମୁଁ ଟବାକୋ ସାମଗ୍ରୀକୁ ସମର୍ଥନ କରୁନାହିଁ କିମ୍ବା କରିବି ନାହିଁ । ତେବେ ବିମଲ ଇଲାଇଚିରୁ ମିଳିଥିବା ଅଂଶଧନକୁ ସେ ଏକ ମହତ କାମରେ ବିନିଯୋଗ କରିବେ | ଏପରିକି କଂପାନୀ ସହ ତାଙ୍କର ଚୁକ୍ତି ରଦ୍ଦ କରିବା ସଂପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ଚୁକ୍ତିନାମାର ଆଇନଗତ ଅବଧି ପର୍ଯ୍ୟନ୍ତ ବ୍ରାଣ୍ଡ ମୋର ବିଜ୍ଞାପନକୁ ଚଲାଇ ପାରନ୍ତି | କିନ୍ତୁ ମୁଁ ଆପଣମାନଂକୁ ପ୍ରତିଶୃତି ଦେଉଛି ଭବିଷ୍ୟତରେ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଚିନ୍ତା କରିବି ବୋଲି କହିଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର |