ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ । କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ସୁବାସ । ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି କଟକ ମେୟର ସୁବାସ ସିଂ ।
ସୂଚନାଯୋଗ୍ୟ ଯେ, ଜଣେ ଶ୍ରମିକ ନେତା ଭାବେ ଖୁବ୍ ଜଣାଶୁଣା ସୁବାସ ସିଂହ । ବାମ ଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପରେ ବିଜେଡିର ଯୋଗଦେଇଥିଲେ । ସୁବାସ ସିଂ ୨ ଏପ୍ରିଲ ୨୦୨୦ରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଇଥିଲେ । ୨ ବର୍ଷରୁ ଅଧିକ ସମୟ ହେବ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି।