ଦିଲ୍ଲୀରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୬୩୨ ଜଣ ସଂକ୍ରମିତ ହୋଇଛନ୍ତି ଚିହ୍ନଟ । ତେବେ ରାଜଧାନୀ ଦିଲ୍ଲୀରେ ପୁଣି କଡାକଡି କରାଯାଇଛି କରୋନା କଟକଣା | ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି | ମାସ୍କ ନପିନ୍ଧିଲେ ଆଦାୟ ହେବ ଜୋରିମାନା | ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ | କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି | ଏଥିସହ କରୋନା ଟେଷ୍ଟ ଏବଂ ଟୀକାକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି | ତେବେ ଏବେ ସ୍କୁଲ ବନ୍ଦ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି |
ଗତ କିଛି ଦିନ ହେଲା କରୋନା ମାମଲା କମିଯାଇଥିବାରୁ ଲୋକେ ଆଉ ମାନୁ ନଥିଲେ କୋଭିଡ କଟକଣା | ନା ସାମାଜିକ ଦୂରତା ରକ୍ଷା କରୁଥିଲେ ନା ପିନ୍ଧୁଥିଲେ ମାସ୍କ | କିନ୍ତୁ ଦିଲ୍ଲୀରେ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଏବେ କୋଭିଡ କଟକଣାକୁ କଡାକଡି କରିଛନ୍ତି ଦିଲ୍ଲୀ ସରକାର |