ମା’ ମମତାମୟୀ | ମା ପାଇଁ ତା ସନ୍ତାନ ସବୁ କିଛି | ସନ୍ତାନର ସୁରକ୍ଷା ପାଇଁ ମା ସମସ୍ତ ବିପଦକୁ ସାମ୍ନା କରିପାରେ | ସେ ମଣିଷ ହେଉ କିମ୍ବା ପଶୁ | କିଏ କହିଲା ମଣିଷ ଆଉ ପଶୁ ଭିତରେ ଆକାଶ ପାତାଳର ପାର୍ଥକ୍ୟ ଅଛି ବୋଲି । ତେବେ ଏହି ଭିଡ଼ିଓଟିକୁ ଦେଖିଲେ ଆପଣ ମଧ୍ୟ ଜାଣିପାରିବେ ମଣିଷ ଆଉ ପଶୁ ଭିତରେ କିଛି ବି ଫରକ ନାହିଁ | ମଣିଷ ଯେପରି ତାର ସନ୍ତାନକୁ ସ୍ନେହ ଶ୍ରଦ୍ଧା କରେ ପଶୁ ବି ଠିକ ସେହିଭଳି ତାର ସନ୍ତାନର ଯତ୍ନ ନେବା ସହ ତାକୁ ସମସ୍ତ ବିପଦ ଆପଦରୁ ରକ୍ଷା କରିଥାଏ | ନଦୀ ପାର ହେବା ସମୟରେ ଗୋଟିଏ ହାତୀ ଛୁଆ ଭାସି ଯାଉଥିବା ବେଳେ ତା ମା ତାକୁ କିଭଳି ଉଦ୍ଧାର କରୁଛି ତାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି |
ଭିଡିଓରେ ଆପଣ ଦେଖି ପାରୁଥିବେ ଏକ ହାତୀ ପଲ ଦ୍ରୁତ ପ୍ରବାହିତ ନଦୀ ପାର ହେଉଛନ୍ତି | କିନ୍ତୁ ଏହି ସମୟରେ ବଡ ହାତୀମାନେ ତ ଅତି ସହଜରେ ନଦୀ ପାର ହୋଇଯାଉଛନ୍ତି, କିନ୍ତୁ ଏକ ଛୁଆ ହାତୀ ପାଣିରେ ଭାସିବାକୁ ଲାଗେ | ଏହା ଦେଖି ଛୁଆ ହାତୀର ମାଆ ତା ପାଖକୁ ଦୌଡ଼ି ଯାଇ ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି | ଜଳର ପ୍ରବାହ ଏତେ ଥିଲା ଯେ ଛୁଆ ହାତୀଟି ବହୁତ ଦୂର ପର୍ଯ୍ୟନ୍ତ ଭାସି ଯାଇଥିଲା | ମା ହାତୀଟି ତା ଛୁଆକୁ ବଞ୍ଚାଇଵାକୁ ସମସ୍ତ ଶକ୍ତି ଲଗାଇ ଦେଇଥିଲା | କିନ୍ତୁ ବାରମ୍ବାର ବିଫଳ ହେଉଥିଲା | ଏହା ଦେଖି ସାଥିରେ ଥିବା ଅନ୍ୟ ହାତୀମାନେ ପାଣିକୁ ଆସି ଛୁଆ ହାତୀକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି | ଶେଷରେ ସଫଳ ହେଉଛନ୍ତି |