ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ଦୂର ପାଇଁ ପଲ୍ଲୀରେ ପହଞ୍ଚିଛି ପ୍ରଶାସନ | ପ୍ରଶାସନିକ ଅଧିକାରୀମାନେ ଗାଁ ଗହଳିକୁ ଯାଇ କରିବେ ତ୍ୱରିତ ସମାଧାନ | ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ବ୍ଲକର ଭାଗବତପୁର ପଞ୍ଚାୟତରେ ଆଜି ‘ପଲ୍ଲିରେ ପ୍ରଶାସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ବର୍ଗର ଲୋକମାନେ ଏହି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କର ସରକାରୀ ସମସ୍ୟା ଗୁଡିକର କରିଛନ୍ତି ସମାଧାନ ।
ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟଠାରେ କେନ୍ଦ୍ରାପଡା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି । ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ବିଭାଗର ଡାକ୍ତରମାନେ ଯୋଗ ଦେଇଛନ୍ତି । ଭେଷଜ, ସ୍ତ୍ରୀ ରୋଗ, ଶିଶୁ ରୋଗ, ଉଚ୍ଚରକ୍ତଚାପ, ମଧୂମେହ, ନାସା, ଗଳା ଓ କର୍ଣ୍ଣ ବିଭାଗ ଆଦିର ରୋଗୀମାନେ ଏଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ପାଇପାରିଛନ୍ତି । ଏହାଛଡା ଆୟୁର୍ବେଦିକ, ହୋମିଓପ୍ୟାଥିକ ଡାକ୍ତରମାନେ ମଧ୍ୟ ଏହି ମେଳାରେ ଯୋଗ ଦେଇଛନ୍ତି । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେଉଛି | ତେବେ ଗ୍ରାମଞ୍ଚଳର ଶତାଧିକ ରୋଗୀ ଲାଭ ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଶା ପ୍ରକାଶ କରିଛି । ଏହି ମେଳାକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଉଦଘାଟନ କରିଥିଲେ | ଭାଗବତପୁର ପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ସମସ୍ତ ପ୍ରକାର ସହଯୋଗ କରିଥିଲେ ।