ପୁଣି ଚିନ୍ତା ବଢ଼ାଇଲା କରୋନା | ଦିଲ୍ଲୀରେ ପୁଣି ଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ତେବେ ବୟସ୍କଙ୍କ ତୁଳନାରେ ଶିଶୁମାନେ ବେଶୀ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାଯାଇଛି | ଗତ ୭ ଦିନ ମଧ୍ୟରେ ନୋଏଡା ଗୌତମ ବୁଦ୍ଧ ନଗର ଜିଲାରେ ୪୪ ଜଣ ଶିଶୁ କରୋନା ସଂକ୍ରମିତ ହୋଇଥିବା ଜିଲ୍ଲା ଚିକିତ୍ସା ଅଧିକାରୀ ଦେଇଛନ୍ତି ସୂଚନା | ସିଏମଓଙ୍କ କହିବା ଅନୁଯାୟୀ, ୪୪ ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ୧୬ ଜଣ ଯେଉଁମାନେ ୧୮ ବର୍ଷରୁ କମ୍ ଅଟନ୍ତି। ଏବେ ନୋଏଡାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୭ ରେ ପହଞ୍ଚିଛି । ତେବେ ଯଦି ସମୁଦାୟ ସଂକ୍ରମିତ ପିଲାମାନଙ୍କ ପ୍ରତିଶତ ଦେଖାଯାଏ, ତେବେ ଏହା ୨୬.୩ ପ୍ରତିଶତରେ ପହଞ୍ଚିଛି |
ଅନ୍ୟପକ୍ଷରେ କିଛି ସ୍କୁଲରେ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଗାଇଡଲାଇନ ଆଣିଛନ୍ତି ଦିଲ୍ଲୀ ସରକାର । ଗାଇଡଲାଇନ ଅନୁସାରେ ଯଦି ସ୍କୁଲରେ ଜଣେ ମଧ୍ୟ ପିଲା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତୁ ସ୍କୁଲକୁ ବନ୍ଦ କରି ଦିଆଯିବ । କୋଭିଡର ସମସ୍ତ ଗାଇଡଲାଇନ ମାନିବାକୁ ପ୍ରତ୍ୟେକ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ବିଦ୍ୟାଳୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମିତ ରୂପରେ ହାତ ଧୋଇବା ଆଦି ବାଧ୍ୟତାମୂଳକ କରାଯାଇଛି ।