ଉପାନ୍ତ ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଶାସନ ସଚିବ | ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି | ଏହି ଅବସରରେ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାର ବିକାଶ ନିମନ୍ତେ ଆଲୋଚନା କରିଥିଲେ | ଡିଆରଡିଏ ସଭାଗୃହରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଜିଲ୍ଲାର ବିକାଶ ନିମନ୍ତେ ବନ୍ଦ କୋଠରୀରେ ବୈଠକ କରିଥିଲେ। ସ୍ୱାସ୍ଥ୍ୟ, ଜଳ, ରାସ୍ତା ଏବଂ ସ୍ୱାଭିମାନ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ପ୍ୟାକେଜ ଘୋଷଣା କରିଛନ୍ତି , ତାହାର କାର୍ଯ୍ୟ ଯେପରି ସଠିକ ଭାବେ ହେବ ସେ ନେଇ ହୋଇଥିଲା ଆଲୋଚନା |
ଏଥିସହିତ ସ୍ୱାଭିମାନ ଅଂଚଳର ବିକାଶ ଉପରେ ମଧ୍ୟ ଦିଆଯାଇଥିଲା ଗୁରୁତ୍ୱ | ସ୍ୱାଭିମାନ ଅଞ୍ଚଳର ବାସିନ୍ଦାଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଅଧିକ ମାତ୍ରାରେ ଗୁତୁତ୍ୱ ଦିଆଯାଉଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାରେ ହେବାକୁ ଥିବା ଏଆରପୋର୍ଟ ସ୍ଥାନକୁ ଯାଇ କାର୍ଯ୍ୟର ସମୀକ୍ଷା କରିଥିଲେ | ୨୦୨୪ ସୁଦ୍ଧା ନିର୍ମାଣାଧୀନ ବିମାନବନ୍ଦର କାର୍ଯ୍ୟ ଶେଷ ହେବ ବୋଲି ସେ ପ୍ରକାଶ କରିଥିଲେ।