ମିସରୁ ମିସେସ କପୁର ହେଲେ ଆଲିଆ ଭଟ୍ଟ | ଵିଵାବ ବନ୍ଧନରେ ବାନ୍ଧି ହେଲେ ବଲିଉଡର କ୍ୟୁଟ କପୁଲ ରଣବୀର -ଆଲିଆ । ପତି ପିତ୍ନୀ ହେଲେ ରଣବୀର-ଆଲିଆ। ତେବେ ବଲିଉଡର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହକୁ ନେଇ ବହୁ ଦିନରୁ ହୋଇଆସୁଥିବା ଚର୍ଚ୍ଚାର ଏବେ ପୂର୍ଣ୍ଣଛେଦ ପଡିଛି | ମୁମ୍ବାଇର ପାଲି ହିଲରେ ଅବସ୍ଥିତ ‘ବାସ୍ତୁ ଆପାର୍ଟମେଣ୍ଟ’ରେ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ହୋଇଛି ବାହାଘର | ବିବାହ ଉତ୍ସବରେ ରଣବୀରଙ୍କ ଭଉଣୀ କରୀନା କପୁର, କରିସ୍ମା କପୁର ଏବଂ ଆଲିଆଙ୍କ ଭଉଣୀ ପୂଜା ଭଟ୍ଟଙ୍କ ସହ ଆକାଶ ଅମ୍ବାନୀଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଏହି ବିବାହକୁ ନେଇ କପୁର ଏବଂ ଭଟ୍ଟ ପରିବାରରେ ଖୁସିରେ ମାହୋଲ ସୃଷ୍ଟି ହୋଇଛି |
ତେବେ ଗତକାଲି ତାଙ୍କର ମେହେନ୍ଦି ଏବଂ ସଙ୍ଗୀତ ଉତ୍ସବ ଥିବା ବେଳେ ଆଜି ଥିଲା ହଳଦୀ ଓ ବାହାଘର | ଏହି ବିବାହ ଉତ୍ସବରେ ଉଭୟ ପରିବାରର କେବଳ 40 ରୁ 50 ଜଣ ଅତିଥି ଯୋଗ ଦେଇଥିଲେ | 16 ତାରିଖରେ ଗ୍ରାଣ୍ଡ୍ ରିସେପ୍ସନ୍ ଆୟୋଜିତ ହେବ ବୋଲି ଜଣାଯାଇଛି |