କାଳିସୀ ହୋଇ ନାଚିଲେ ମନ୍ତ୍ରୀ | ନିଜକୁ ଚାବୁକ ମାରିବା ସହ ପୂଜକଙ୍କ ସହ ନାଚିଲେ ମନ୍ତ୍ରୀ | ମନ୍ତ୍ରୀଙ୍କ ଉପରେ ଦେବୀ ଆବିର୍ଭାବ ହୋଇଥିବା କୁହାଯାଉଛି | ସୀମାନ୍ତ ଛତିଶଗଡର ଅବକାରୀ ଓ ଶିଳ୍ପ ମନ୍ତ୍ରୀ କୱାସୀ ଲଖମାଙ୍କ ଏହି କାଳିସୀ ନାଚ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଛତିଶଗଡର କୋଣ୍ଟାର ଦୋର୍ନାପାଲ୍ ଗାଁରେ ପ୍ରସିଦ୍ଧ ଶୀତଳା ମେଳା ଅନୁଷ୍ଠିତ ହୋଇଥିଲା | ଶୀତଳା ମାତା ମନ୍ଦିରରେ ଆୟୋଜିତ ଏହି ତିନି ଦିନିଆ ମାଣ୍ଡାଇ ମେଳାରେ ମନ୍ତ୍ରୀ କୱାସୀ ଲଖମା ଯୋଗ ଦେଇଥିଲେ। ପୂଜକ ବେଶରେ ଆସିଥିବା ମନ୍ତ୍ରୀ ହଠାତ ନାଚିବାକୁ ଲାଗିଲେ | ପୂଜକମାନଙ୍କ ସହିତ କାଳସୀ ହୋଇ ନାଚିବାରେ ଲାଗିଲେ ମନ୍ତ୍ରୀ | କୁହାଯାଉଛି ଯେ, ଶୀତଳା ଦେବୀ ନିଜେ ଅବକାରୀ ମନ୍ତ୍ରୀ କୱାସୀ ଲଖମାଙ୍କ ଶରୀରରେ ଆବିର୍ଭାବ ହୋଇ ନାଚିଥିଲେ । ଏହା ପରେ କୱାସୀ ତାଙ୍କ ସମୟରେ ନିଜକୁ କଣ୍ଟା ଶିକୁଳି ସାହାଯ୍ୟରେ ମାରିଥିବା ଦେଖା ଯାଇଥିଲା | ଏଥିସହ ବସ୍ତରର ପାରମ୍ପାରିକ ମୋହରୀ ବାଜାରେ ମନ୍ତ୍ରୀ ନାଚୁଥିବା ଦେଖାଯାଇଥିଲା | ପରେ ମନ୍ତ୍ରୀ ମନ୍ଦିର ଭିତରକୁ ଯାଇ ପୂଜାପାଠ କରିବା ପରେ, ମାଣ୍ଡାଇଙ୍କ ଏହି ମେଳାକୁ ପରମ୍ପରା ସହିତ ପାଳନ କରିବାକୁ ମାତାଙ୍କଠାରୁ ଅନୁମତି ନେଇଥିଲେ |