ଗଛଟିଏ, ପିଲାଟିଏ | ଛୋଟ ପିଲାକୁ ଯେମିତି ଯତ୍ନର ସହ ବଡ କରାଯାଇଥାଏ, ଛୋଟ ଗଛର ମଧ୍ୟ ସେହିପରି ଯତ୍ନ ନିଆଯାଇଥାଏ | ଏପଟେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି | କିନ୍ତୁ ଉପାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଫରେଷ୍ଟ ରେଞ୍ଜ ଅଧୀନରେ ୨ ଶହରୁ ଊର୍ଦ୍ଧ୍ୱ ଗଛ କାଟି ଦିଆଯାଇଛି | କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଏତେ ଗଛ କଟାଯାଇଥିଲେ ମଧ୍ୟ ବନ ବିଭାଗ ପାଖରେ ଖବର ନାହିଁ | ତେବେ କାହା ନିର୍ଦ୍ଦେଶରେ ଏତେ ବଡ ବଡ ଗଛ କଟାଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
କାଲିମେଳା ଫରେଷ୍ଟ ରେଞ୍ଜ ଅଧୀନ ବଡିଗାଟା ପଞ୍ଚାୟତର ମାରିଗାଟା ଠାରୁ ଟେକଗୁଡା ଗାଁକୁ ଯିବାକୁ ସଂଯୋଗ କରୁଥିବ ମୁଖ୍ୟ ରାସ୍ତା କଡ଼ରେ ପାଖାପାଖି ୨ ଶହରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛଗୁଡିକୁ କାଟି ଦିଆଯାଇଛି । ଗଛ କାଟିବା ଦୀର୍ଘ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ । ଏ ସମ୍ପର୍କରେ କାଲିମେଳା ବନ ବିଭାଗ ପାଖରେ କୈାଣସି ସୂଚନା ନଥିବା କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ ପ୍ରକାଶ କରିଛନ୍ତି । ତେବେ ମୁଖ୍ୟ ସଡକ ପାଖରେ ଏତେ ସଂଖ୍ୟାରେ ଗଛ କଟାଯାଇଛି, କିନ୍ତୁ କାଲିମେଳା ବନାଞ୍ଚାଳ ଅଧିକାରୀ କିପରି ଏ ବିଷୟରେ ଅବଗତ ନାହାନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି | ତେବେ ଆସନ୍ତୁ ଦେଖିବା ଗ୍ରାଉଣ୍ଡ ଜିରୋରୁ ଏହି ଦୃଶ୍ୟ ।