ଧିକାଂଶ ଲୋକ ଡାହାଣ ହାତରେ ଲେଖିଥାନ୍ତି | କେତେଜଣ ବାମହାତି ଥାନ୍ତି, ସେମାନେ ବାମ ହାତରେ ଲେଖିଥାନ୍ତି | କିନ୍ତୁ ଦୁଇ ହାତରେ ଲଗାତାର ଭାବେ ଲେଖିବା ଆପଣ କେବେ ଦେଖିଛନ୍ତି | ଯଦି ବି କିଏ ଦୁଇ ହାତରେ ଲେଖିବାକୁ ଚେଷ୍ଟା କରନ୍ତି ତେବେ ତାହା ଠିକ ଭାବେ ଲେଖି ହୋଇନଥାଏ | ତେଢାମେଢ଼ା ହୋଇଯାଇଥାଏ | କିନ୍ତୁ ଆମ ଦେଶରେ ପ୍ରତିଭାଶାଳୀ ଲୋକଙ୍କ ଅଭାବ ନାହିଁ | ଆଜି ଆମେ ମାଙ୍ଗାଲୁରର ଏମିତି ଜଣେ ଝିଅ ବିଷୟରେ କହିବୁ ଯିଏକି ଲେଖିଲା ବେଳେ ଲଗାତାର ଭାବେ ଦୁଇ ହାତକୁ ବ୍ୟବହାର କରିଥାନ୍ତି |
ଏପରିକି ଦୁଇ ହାତରେ ବହୁ ସ୍ପିଡ଼ରେ ମଧ୍ୟ ଲେଖିଥାନ୍ତି | ଝିଅଟିର ନାମ ଆଦିସ୍ୱରୂପା | ତେବେ ମାଙ୍ଗାଲୁରର ଆଦିସ୍ୱରୂପା ବ୍ଳାକବୋର୍ଡ଼ରେ ଚକ ସାହାଯ୍ୟରେ ଦୁଇ ହାତରେ ଲେଖୁଥିବା ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି | ଆଦିସ୍ୱରୂପା ହେଉଛି ବିଶ୍ୱ ରେକର୍ଡଧାରୀ | ସେ ଦୁଇ ହାତରେ ହିନ୍ଦୀ, ଇଂରାଜୀ, କନ୍ନଡ, ତୁଲୁ, ମାଲାୟାଲମ୍ ଭାଷାରେ ଅତି ସହଜ ଭାବେ ଲେଖିପାରୁଛନ୍ତି | ଏଥିସହିତ ସେ 10 ଟି ଅନନ୍ୟ ଉପାୟରେ ମଧ୍ୟ ଲେଖିପାରନ୍ତି ଆଦିସ୍ୱରୂପା |