ବିଏମ୍ସି ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ। ମେୟର ସୁଲୋଚନା ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ | ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା ।ବିଏମ୍ସି କନଫରେନ୍ସ ହଲ୍ରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏଥିସହ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ମଧ୍ୟ ନେଇଛନ୍ତି ଶପଥ ।
ମେୟର ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ସୁଲୋଚନା ଦାସ । ପ୍ରଥମେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଲୋଚନା | ଭୁବନେଶ୍ୱରର ବିକାଶ ଧାରାକୁ ଆଗକୁ ନେବାକୁ ସର୍ବଦା ପ୍ରୟାସ କରାଯିବ ବୋଲି କହିଛନ୍ତି । ଭୁବନେଶ୍ୱରକୁ ନମ୍ବର-୧ ସହରରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ନବନିର୍ବାଚିତ ମେୟର ସୁଲୋଚନା ଦାସ |