ବ୍ରହ୍ମପୁର ଡେପୁଟି ମେୟର ହେଲେ ଇ. ବିବେକ ରେଡ୍ଡି | ସେ ୩୪ଟି ଭୋଟ୍ ପାଇ ଡେପୁଟି ମେୟର ଭାବେ ହୋଇଛନ୍ତି ନିର୍ବାଚିତ । ଇ. ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ୪୨ ନମ୍ବର ୱାର୍ଡରୁ ବିଜୟୀ ହୋଇ କର୍ପୋରେଟର ହୋଇଥିଲେ। ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଜି ବିଜେଡିର ଡେପୁଟି ମେୟର ପ୍ରାର୍ଥୀ ଭାବେ ଇ. ବିବେକଙ୍କ ନାମ ଘୋଷଣା କରିଥିଲେ | ଅନ୍ୟପକ୍ଷରେ ଡେପୁଟି ମେୟର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା କରୁଣାକର ମାତ୍ର ୭ଟି ଭୋଟ୍ ପାଇଥିଲେ।
ବ୍ରହ୍ମପୁର ମହାନଗର ନିଗମର ୪୨ଟି ଆସନରୁ ବିଜେଡି ୩୦, ବିଜେପି ୭, କଂଗ୍ରେସ ୧ ଓ ସ୍ବାଧୀନ ପ୍ରାର୍ଥୀ ୪ଟି ଆସନରେ ବିଜୟୀ ହୋଇଥିଲା । ୪ ଜଣ ସ୍ୱାଧୀନ କର୍ପୋରେଟରଙ୍କ ମଧ୍ୟରୁ ଜଣେ ଭୋଟ୍ ଦେଇ ନ ଥିବା ବେଳେ ଅନ୍ୟ ୩ ସ୍ୱାଧୀନ କର୍ପୋରେଟରଙ୍କ ଭୋଟ୍ ବିଜେଡିକୁ ଯାଇଥିବା କୁହାଯାଉଛି। ସେହିପରି ଏକମାତ୍ର କଂଗ୍ରେସ କର୍ପୋରେଟରଙ୍କ ଭୋଟ୍ ମଧ୍ୟ ବିଜେଡିକୁ ଯାଇଛି। ଅନ୍ୟପକ୍ଷରେ ବ୍ରହ୍ମପୁର ମହାନଗର ନିଗମର ମେୟର ଭାବେ ଆଜି ଶପଥ ନେଇଛନ୍ତି ସଂଘମିତ୍ରା ଦଳେଇ । ତେବେ ଆସନ୍ତାକାଲି ଭୁବନେଶ୍ୱର ମହାନଗର ପାଇଁ ହେବ ଡେପୁଟି ମେୟର ନିର୍ବାଚନ ହେବ ବୋଲି ଜଣାଯାଇଛି ।