ଏବେ ବିନା କାର୍ଡରେ ଆପଣ ATMରୁ ବାହାର କରିପାରିବେ ଟଙ୍କା | ଡେବିଟ୍ କାର୍ଡ ବିନା ଏଟିଏମରୁ ଟଙ୍କା ଉଠାଇବାର ସୁବିଧା ସମସ୍ତ ବ୍ୟାଙ୍କରେ ହେବ ଉପଲବ୍ଧ | ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ୟୁପିଆଇ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଯାଇପାରିବ ବୋଲି ସେ କହିଛନ୍ତି। ତେବେ ଅଳ୍ପ କିଛି ବ୍ୟାଙ୍କରେ ଏହି ସୁବିଧା ଥିବା ବେଳେ ଏବେ ସମସ୍ତ ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ହେବ | ଶୁକ୍ରବାର ଦିନ ମୁଦ୍ରା ନୀତି ଘୋଷଣା ସମୟରେ ସେ ଏହି ସୂଚନା ଦେଇଛନ୍ତି | ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା କାର୍ଡ କ୍ଲୋନ କରି ଟଙ୍କା ଉଠାଇବା ଠକେଇକୁ ମଧ୍ୟ ହ୍ରାସ କରାଯାଇପାରିବ |
ସୂଚନାଯୋଗ୍ୟ ଯେ, ମନିଟାରୀ ପଲିସି କମିଟି ଚଳିତ ଆର୍ଥିକ ବର୍ଷରେ ଅନେକ ପରିବର୍ତ୍ତନ କରିଛନ୍ତି । କମିଟିର ଘୋଷଣା ମୁତାବକ ଚଳିତ ବର୍ଷ ରେପୋ ରେଟ ୪ ପ୍ରତିଶତ ରହିବ । ଏହା କ୍ରମାଗତ ଭାବେ ୧୧ ଥର ପାଇଁ ସ୍ଥିର କରାଯାଇଛି । ଏହାସହ କେନ୍ଦ୍ରୀୟ ବ୍ୟାଙ୍କ ବି ସୁଧଦରରେ କୌଣସି ପରିବର୍ତ୍ତନ କରିନାହିଁ । ଏହାପୂର୍ବରୁ ୨୦୨୦ ମେ ୨୨ ତାରିଖରେ ରେପୋ ରେଟର ପରିବର୍ତ୍ତନ କରିଥିଲେ ।