ଜମିବାଡ଼ି ବିବାଦକୁ ନେଇ କଳିଙ୍ଗନଗର କୋର୍ଟ ଉକ୍ତ ଜାଗା ଉପରେ କାମ ବନ୍ଦ କରିବାକୁ ନୋଟିସ୍ ଜାରି କରିଥିଲେ | ଜାଗା ଉପରେ ଇଞ୍ଜେକସନ ସୁଟ କରି କାର୍ଯ୍ୟବନ୍ଦ ସହ ତୁରନ୍ତ ଫଇସଲା କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରି ଉକ୍ତ ଜମିରେ ନିର୍ମାଣାଧୀନ କାମ ଚାଲୁ ରହିଛି | ଅନ୍ୟପକ୍ଷରେ କାମ ଚାଲୁଥିଲେ ମଧ୍ୟ କଳିଙ୍ଗନଗର ପୋଲିସ ସାଜିଛି ନିରବଦ୍ରଷ୍ଟା ।
କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ବଜାରରେ ଏକ ସ୍ଥିତବାନ ଜମିକୁ ନେଇ ବୃଦ୍ଧା ଅଯୋଧ୍ୟା ସ୍ବାଇଁ ଓ ତାଙ୍କ ଦୁଇ ପୁତୁରାଙ୍କ ମଧ୍ୟରେ ବିବାଦ ଲାଗି ରହିଛି | ଆଜି ଏକ ପ୍ରେସମିଟରେ ବୃଦ୍ଧାଙ୍କ ପୁତୁରା ଦିବ୍ୟରଞ୍ଜନ ସ୍ବାଇଁ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ବଡବାପାଙ୍କ ପୁଅ ଚିତ୍ତରଞ୍ଜନ ସ୍ବାଇଁ ଜୋର୍ ଜବରଦସ୍ତ ତାଙ୍କ ଜାଗାକୁ ମାଡି ବସି ସେଠାରେ ବ୍ୟବସାୟ କରୁଛନ୍ତି। ଏ ସମ୍ପର୍କରେ ଦିବ୍ୟରଞ୍ଜନ ଜମିର ବଣ୍ଟନ ପତ୍ର ଦେଖାଇବା ସହ ଉକ୍ତ ଜମି ତାଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲେ | କିନ୍ତୁ ବଡବାପାଙ୍କ ପୁଅ ଚିତ୍ତରଞ୍ଜନ ଏହାକୁ କର୍ଣ୍ଣପାତ କରିନଥିଲେ। ଫଳରେ ବାଧ୍ୟ ହୋଇ ଦିବ୍ୟରଞ୍ଜନ ଏହାର ସମାଧାନ ପାଇଁ କଳିଙ୍ଗନଗର ଥାନାରେ ଏତଲା ଦେଇଥିଲେ | ପରେ କୋର୍ଟରେ କେସ ଚାଲିଥିଲା। ମାନ୍ୟବର କୋର୍ଟ ଏହି ଜାଗା ଉପରେ ଇଞ୍ଜେକସନ ସୁଟ କରି କାର୍ଯ୍ୟବନ୍ଦ ସହ ତୁରନ୍ତ ଫଇସଲା କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଚିତ୍ତରଞ୍ଜନ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କାର୍ଯ୍ୟ କରିବା ସହ ବ୍ୟବସାୟ କରି ଆସୁଛନ୍ତି। ଏଥି ସହିତ ପୋଲିସ ମଧ୍ୟ ଚୁପ୍ ହୋଇ ବସି ରହିଥିବା ଦେଖିବାକୁ ମିଳିଛି।
ଏ ନେଇ ୮୦ ବର୍ଷୀୟା ବୃଦ୍ଧା ଅଯୋଧ୍ୟା ସ୍ବାଇଁ ଏକ ପ୍ରେସମିଟ ମାଧ୍ୟମରେ ତୁରନ୍ତ ଦିବ୍ୟରଞ୍ଜନ ଓ ଚିତ୍ତରଞ୍ଜନ ଙ୍କ ମଧ୍ୟରେ ଥିବା ଜମିଜମା ବିବାଦକୁ ସମାଧାନ କରିବାକୁ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ମାନ୍ୟବର କୋର୍ଟଙ୍କୁ ନିବେଦନ କରିଛନ୍ତି। ନିଜର ପରିବାର ଭିତରେ ଜାଗା ପାଇଁ ଯେପରି କୌଣସି ବିଶୃଙ୍ଖଳା ଓ ଗଣ୍ଡଗୋଳ ନ ଘଟୁ ଓ ନିୟମାନୁଯାୟୀ ଜମି ଭଗବାଣ୍ଟା କରାଯାଇ ଶାନ୍ତିଶୃଙ୍ଖଳାର ସହିତ ରୁହନ୍ତୁ ବୋଲି ବୃଦ୍ଧା ଅଯୋଧ୍ୟା ସ୍ବାଇଁ ନିବେଦନ କରିଛନ୍ତି ଯେ। ଏନେଇ ଦିବ୍ୟରଞ୍ଜନ ସ୍ବାଇଁ କହିଛନ୍ତି କଳିଙ୍ଗ ନଗର ଥାନ ଅଧିକାରୀ କିଛି କର୍ଣ୍ଣନପାତ ନକରିବାରୁ ସେ କଳିଙ୍ଗ ନଗର ଆରକ୍ଷୀ ଅଧିକାରୀଙ୍କୁ ଭେଟି କୋର୍ଟ କାଗଜପତ୍ର ଦେଖାଇବା ସହ ଆଲୋଚନା କରିଥିଲେ।