ରାଜସ୍ଥାନର କରୋଲି ଏବେ ଅଶାନ୍ତ | ଉଗ୍ର ରୂପ ନେଇଛି ସାମ୍ପ୍ରଦାୟିକ ବିବାଦ | ମୁହାଁମୁହିଁ ହୋଇଛନ୍ତି ଦୁଇ ସମ୍ପ୍ରଦାୟ | ତେବେ କାରୋଲିରେ ସୃଷ୍ଟି ହୋଇଥିବା ଦଙ୍ଗା ଯୋଜନାବଦ୍ଧ ବୋଲି ଜଣାଯାଇଛି | ହିନ୍ଦୁ ସଂଗଠନ ପକ୍ଷରୁ ଆୟୋଜିତ ବାଇକ୍ ରାଲି ଶାନ୍ତିପୂର୍ଣ୍ଣ ଭାବେ ମସଜିଦ ନିକଟରେ ଯାଉଥିଲା ବେଳେ ଛାତ ଉପରୁ ସେମାନଙ୍କ ଉପରକୁ ଢେଲା ପଥର ମାଡ କରାଯାଇଥିଲା | ଖାଲି ଏତିକି ନୁହେଁ ୧୦୦ ରୁ ୧୫୦ ଲୋକ ଆସି ହିନ୍ଦୁ ମାନଙ୍କ ଉପରେ ଲାଠି ଚାର୍ଜ କରିଥିଲେ ବୋଲି ପୋଲିସ ଏଫଆଇଆରରେ କୁହାଯାଇଛି|
ଯେଉଁ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା, ଏବଂ ହିନ୍ଦୁମାନଙ୍କୁ ଉପରେ ପଥର ବର୍ଷଣ ହୋଇଥିଲା ସେଠାରୁ ପୋଲିସକୁ ମିଳିଛି ଅନେକ ପ୍ରମାଣ | ଯାହା ସ୍ପଷ୍ଟ ଭାବରେ ସୂଚାଉଛି ଯେ , ଛାତ ଉପରୁ ହିଁ ପଥର ଫିଙ୍ଗାଯାଇଥିଲା | ଏହି ସମୟର ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଛି | ଏହି ପ୍ରମାଣ ଆଧାରରେ ଅପରାଧୀଙ୍କ ବିରୋଧରେ ରାଜସ୍ଥାନ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା |
ସୂଚନା ଥାଉ କି, ଗତ ଶନିବାର ଦିନ ରାଜସ୍ଥାନର କରୋଲି ଜିଲ୍ଲାରେ ହିନ୍ଦୁ ନୂତନ ବର୍ଷରେ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା | ବାଇକ୍ ରାଲି ଏକ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା | ଫଳରେ 42 ଲୋକ ଆହତ ହୋଇଥିଲେ | ସେଠାରେ ସାମ୍ପ୍ରଦାୟିକ ହିଂସା ଉଗ୍ର ରୂପ ନେଇଥିଲା | ଏହା ପରେ ଆନ୍ଦୋଳନକାରୀ ଅନେକ ଗାଡି ଏବଂ ଦୋକାନରେ ନିଆଁ ଲଗାଇ ଦେଇଥିଲେ | ପରିସ୍ଥିତି ଉଗ୍ର ରୂପ ନେବାରୁ ସେଠାରେ 144 ଧାରା ଲାଗୁ କରାଯାଇଥିଲା।