ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ ହେବେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ | ପିଟିଆଇ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ରାଷ୍ଟ୍ରପତି ଆରିଫ ଅଲଭିଙ୍କ ଚିଠିର ଜବାବରେ ପାକିସ୍ତାନ ପିଟିଆଇ କୋର କମିଟିର ପରାମର୍ଶ ଏବଂ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ସୁପାରିଶ କରିଥିଲେ | ପିଟିଆଇ ନେତା ଫୱାଦ ଚୌଧୁରୀ ଟ୍ୱିଟରରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୧୯ ରେ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ହୋଇଥିଲେ।
ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଏକ ନୋଟିସ ଜାରି କରି କହିଥିଲେ ଯେ, କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ | ଏହାପୂର୍ବରୁ ଆଜି ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସଂସଦରେ ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କୁ ଚିଠି ଲେଖି ଧାରା ୨୨୪-ଏ (୧) ଅନୁଯାୟୀ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ପ୍ରସ୍ତାବ ଦେବାକୁ କହିଥିଲେ |