ପେଟ୍ରୋଲ ଓ ଡିଜେଲ ଦର ଆକଶଛୁଆଁ | ତେଲ ଦରକୁ ଦେଖି ଲୋକଙ୍କୁ ଗାଡି ଚଲାଇବାକୁ ଡର ଲାଗୁଛି | ବର୍ଦ୍ଧିତ ତେଲ ଦରରେ ଅତିଷ୍ଠ ହୋଇ ଜଣେ ବିଦ୍ୟୁତ କର୍ମଚାରୀ ଘୋଡାରେ ବସି ବିଲ ଆଦାୟ କରୁଥିଲେ | ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା | ଏବେ ଘୋଡା ଉପରେ ବସି ବିଦ୍ୟୁତ ବିଲ୍ ଆଦାୟ କରିବା ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ପଡିଛି ମହଙ୍ଗା | ବିଦ୍ୟୁତ୍ ବିଭାଗ ଉକ୍ତ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ।
ସୂଚନା ଥାଉ କି, ବିହାର ଶୋହରର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ଅଭିଜିତ୍ ତିୱାରୀ | ପେଟ୍ରୋଲ ଦାମ ବୃଦ୍ଧି ପାଇବାରୁ ସେ ବାଇକ ବଦଳରେ ଘୋଡାରେ ବସି ଗାଁ ଗାଁ ବୁଲି ବିଦ୍ୟୁତ ବିଲ୍ ସଂଗ୍ରହ କରୁଥିଲେ | ତେବେ ଗତ କିଛି ଦିନ ତଳେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଥିଲା | ଭିଡିଓ ଭାଇରାଲ ହେବା ପରେ ଏବେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଅଭିଜିତ୍ ତିୱାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଚାକିରିରୁ ସସ୍ପେଣ୍ଡ ପାଇଁ ନିର୍ଦେଶ ଦିଆଯାଇଛି |