ରାଜଧାନୀରେ ସିରିଜ ଦୁର୍ଘଟଣା | ପଳାଶୁଣି ଛକରେ ଏକ କାର ଉପରେ ଚଢ଼ି ଯାଇଛି ହାଇୱା | ତିନୋଟି କାର ସମେତ ଦୁଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନି। ଦୁର୍ଘଟଣା ପରେ ରାସ୍ତାଜାମ ଯୋଗୁ ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିଲା | ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।କେମିତି ଦୁର୍ଘଟଣା ହେଲା ସିସିଟିଭିରେ କଏଦ ହୋଇଛି ସମ୍ପୂର୍ଣ ଘଟଣା |
ସୂଚନାଅନୁସାରେ, ଆଜି ସକାଳେ ପଳାଶୁଣି ଛକରେ ଏକ ହାଇଓ୍ବା ଭାରସାମ୍ୟ ହରାଇ ସିରିଜ ଦୁର୍ଘଟଣା ଘଟାଇଛି । ଏକ କାରକୁ ପଛ ପଟୁ ଧକ୍କା ଦେଇଥିଲା ହାଇଓ୍ବା । ଏହାପରେ ବାଇକ ଏବଂ ୨ଟି କାରକୁ ପଛପଟୁ ମଧ୍ୟ ଧକ୍କା ଦେଇଥିଲା । ଏହି ସିରିଜ୍ ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ବାଇକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହାସହିତ ଏହି ସିରିଜ ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ତାଙ୍କ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି । ସେହିପରି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଅନେକ ସମୟ ଧରି ରାସ୍ତାଘାଟ ଜାମ୍ ହୋଇଥିଲା । ଯାହାଫଳରେ ଲୋକମାନଙ୍କ ଯିବାଆସିବାରେ ଅସୁବିଧା ହେଉଥିଲା ।