ବହୁ ଚର୍ଚ୍ଚିତ ମା-ଝିଅ ହତ୍ୟାକାଣ୍ଡ ମାମଲାର ଆଜି ହୋଇଛି ଶୁଣାଣି | ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଛି ଦଣ୍ଡ । ଆଜୀବନ କାରାଦଣ୍ଡାଦେଶ କରିଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ । ପ୍ରମାଣ ଅଭାବରୁ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ ।
ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ୨୦୧୬ ମସିହାରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍ଲିଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିଥିଲେ ଅନୁପ । ଏହି ମାମଲାରେ ୨୦୨୦ରେ ପୋଲିସ୍ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଥିଲା। ତେବେ ଜେଲ୍ରେ ଥିବା ବେଳେ ହଠାତ୍ ଅନୁପ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଦିନ ଚିକିତ୍ସା ପରେ ସେ ପୁଣି ଥରେ ଜେଲ୍କୁ ଫେରିଥିଲେ।
ସାକ୍ଷୀଙ୍କ ବୟାନ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ରାୟଗଡ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ତାଙ୍କ ଡ୍ରାଇଭରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।