ସ୍କୁଲ ନା ଚାଟଶାଳୀ | ଶ୍ରେଣୀକକ୍ଷ ନା ଗୁହାଳ | ୫ଟି ଶ୍ରେଣୀ ପାଇଁ ମାତ୍ର ୨ ଟି କୋଠରୀ | ୧୩୦ ଛାତ୍ରଛାତ୍ରୀ ପଢୁଛନ୍ତି ୨ଟି ଶ୍ରେଣୀକକ୍ଷରେ | ସେହିଭଳି ୫ଟି ଶ୍ରେଣୀ ପାଇଁ ସ୍କୁଲରେ ରହିଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ | ତେବେ ସବୁ ଠାରୁ ଆଶ୍ଚର୍ଯ୍ୟ କଥା ହେଲା ୫ଟି ଶ୍ରେଣୀ ପିଲାଙ୍କୁ ମାତ୍ର ୨ ଟି କୋଠରୀ କେମିତି ପାଠପଢା ଯାଉଛି | ଆଉ ୨ଜଣ ଶିକ୍ଷୟିତ୍ରୀ କିଭଳି ୫ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି | ତେବେ ସବୁ ଠାରୁ ମଜା କଥା ହେଲା ଦିଦି ଗୋଟେ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ୁଥିବା ବେଳେ ଅନ୍ୟ ଶ୍ରେଣୀ ପିଲାଙ୍କୁ ଛୁଟି ମିଳିଥାଏ | ତେବେ ଏଠାରେ କିପରି ପାଠପଢା ଚାଲିଛି ସହଜରେ ଅନୁମେୟ | କେନ୍ଦୁଝର ଜିଲ୍ଲା ମହାଦେଇଯୋଡା ଗ୍ରାମର ସରକାରୀ ବିଦ୍ୟାଳୟରେ ଏଭଳି ବିଚିତ୍ର ଶିକ୍ଷାଦାନ ବ୍ୟବସ୍ଥା ଦେଖିବାକୁ ମିଳେ |
ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ | ଏହି ନାରା ଦେଇ ସମସ୍ତେ ପାଠ ପଢିବା ପାଇଁ ସରକାର ବାର୍ତ୍ତା ଦେଉଛନ୍ତି | ଏପରିକି ଉର୍ନତମାନର ଶିକ୍ଷାଦାନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ସରକାରୀ ବିଦ୍ୟାଳୟରେ ମଧ୍ୟ ଘରୋଇ ସ୍କୁଲ ଭଳି ଉଚମାନର ଶିକ୍ଷାଦାନ ପାଇଁ ଗୁରୁତ୍ୱ ଦିଆଯାଉଛି | କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସତରେ କଣ ଏହା କାର୍ଯ୍ୟକାରୀ ହେଉଛି ? ଗାଁ ଗହଳିରେ ଥିବା ସରକାରୀ ସ୍କୁଲରେ ପିଲାଙ୍କୁ ଉର୍ନତମାନର ଶିକ୍ଷାଦାନ ପ୍ରଦାନ କରାଯାଉଛି | ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମହାଦେଇଯୋଡା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ | ସ୍କୁଲରେ ୧୩୦ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ୫ଜଣ ଶିକ୍ଷକ ଶ୍ରେଣୀଗୃହ ଦୁଇଟି | ସ୍କୁଲରେ ଶିକ୍ଷକ ନିଯୁକ୍ତି ନେଇ ପ୍ରଧାନଶିକ୍ଷକଙ୍କୁ ବାରମ୍ବାର ଗ୍ରାନାବାସୀ ଦାବି କଲା ପରେ କିଛି ସୁଫଳ ମିଳୁନି | ପ୍ରଧାନଶିକ୍ଷକ ମଧ୍ୟ ବାରମ୍ବାର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଉନାହିଁ | ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି l