ପ୍ରତିଟି ଓଡିଆ ଭାବେ ଆମେ ଗର୍ବ ଅନୁଭବ କରୁ । ଏହି ଦିନ ଅବସରରେ ଜାତିର ଉନ୍ନତି ପାଇଁ ଛାତ୍ର ସମାଜ, ଯୁବଗୋଷ୍ଠୀ ସଂକଳ୍ପ ନେବା ଉଚିତ । ଆଉ ଆମେ ଓଡିଆ ବୋଲି କହିବାକୁ ଯେପରି କୁଣ୍ଠାବୋଧ ନ କରୁ । ଗର୍ବର ସହ କହିବା ଏ ମାଟି ଓଡିଆ ଏ ଜାତି ଓଡିଆ ।
ଆଜି ହେଉଛି ୮୬ ତମ ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ନୂଆ ପରିଚୟ ପାଇଥିଲା ଓଡିଶା । ନବଗଠିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ଶୋଭା ପାଇଥିଲା ଉତ୍କଳ ପ୍ରଦେଶ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ ।#UtkalDivas #Odisha #NNSODIA pic.twitter.com/UxfPA6fvJJ
— NNS ODIA TV (@nnsodia) April 1, 2022