ଭାରତ ଏକ ଧର୍ମନିରପେକ୍ଷ ଦେଶ | ଏଠାରେ ସବୁ ଧର୍ମର ଲୋକଙ୍କ ମଧ୍ୟରେ ସଦଭାବନା ଓ ଭାଇଚାରାର ମନୋଭାବ ଦେଖିବାକୁ ମିଳିଥାଏ | ମଧ୍ୟପ୍ରଦେଶର ମନ୍ଦସୌରରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଉଦାହରଣ ଦେଖିବାକୁ ମିଳିଛି | ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଏକ ବିଶାଳ ଘଂଟିକୁ ଜଣେ ମୁସଲମାନ ମିସ୍ତ୍ରୀ ଲଗାଇବାରେ ସକ୍ଷମ ହୋଇଛନ୍ତି |
ଏହି ବିଶାଳ ଘଣ୍ଟିର ଓଜନ ପ୍ରାୟ ୩୭୦୦ କିଲୋଗ୍ରାମ ବା ୩୭ କୁଇଣ୍ଟାଲ | ତେବେ ଏହା ଦେଶର ସବୁଠାରୁ ଭାରୀ ଘଣ୍ଟି ବୋଲି କୁହାଯାଉଛି | ମନ୍ଦିର ପରିସରରେ ଦୀର୍ଘ ଦିନ ଧରି ଏହି ଘଣ୍ଟି ରଖାଯାଇଥିଲା | କିନ୍ତୁ ଦୁର୍ଘଟଣାର ସମ୍ଭାବନା ଥିବାରୁ ଏହାକୁ ଟଙ୍ଗା ଯାଇପାରୁନଥିଲା | ଅନେକ ଇଞ୍ଜିନିୟର ଆସିଥିଲେ ମଧ୍ୟ ଫେଲ ମାରିଥିଲେ | ସେମାନେ ଏହି ବିଶାଳ ଘଣ୍ଟି ଙ୍କୁ ଟାଙ୍ଗିବା ପାଇଁ ସାହସ ଜୁଟାଇ ପାରିନଥିଲେ | କିନ୍ତୁ ନାହାରୁ ଖାନ୍ ନାମକ ଜଣେ ମୁସଲମାନ ମିସ୍ତ୍ରୀ ଦୁର୍ଘଟଣାକୁ ଭୟ ନକରି ଏହି ଘଣ୍ଟି ଲଗାଇବାରେ ସକ୍ଷମ ହୋଇଥିଲେ | ତେବେ ସବୁଠାରୁ ବଡ କଥା ହେଲା ପଶୁପତିନାଥ ମନ୍ଦିରରେ ନାହାରୁ ଖାନ ଏହି ଏହି ବିଶାଳ ଘଣ୍ଟି କୁ ଟାଙ୍ଗିବା ପାଇଁ କୌଣସି ପାରିଶ୍ରମିକ ବି ନେଇନାହାନ୍ତି |
ନାହାରୁ ଖାନ୍ ସାମାଜିକ ତଥା ଧାର୍ମିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି | ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଘଣ୍ଟି ଲଗାଇବା କାମ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ।