ସାପକୁ ଦେଖିଲେ କାହାକୁ ବା ଡର ନଲାଗେ | ସାପକୁ ସମସ୍ତଙ୍କର ଭୟ | ସାପ ଦେଖିଲେ ଲୋକେ ଡରରେ ଛାନିଆ ହୋଇଯାନ୍ତି | କିନ୍ତୁ ସାପ କାମୁଡ଼ାରେ ଆମ ଦେଶରେ ଅନେକ ଲୋକ ପ୍ରାଣ ହରାନ୍ତି | ଭାରତରେ ପ୍ରତି ବର୍ଷ ସାପ କାମୁଡ଼ାରେ ୫୦ ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ଏକ ସର୍ଭେରୁ ଜଣାଯାଇଛି | କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏଭଳି ଏକ ଘରୋଇ ଚିକିତ୍ସା ବିଷୟରେ କହିବୁ ଯାହାର ପ୍ରୟୋଗରେ ଯେତେ ବିଷାକ୍ତ ସାପ କାମୁଡ଼ିଥିଲେ ମଧ୍ୟ ଆପଣଙ୍କ ଜୀବନ ରକ୍ଷା ପାଇଯିବ | କିଛି ସମୟ ମଧ୍ୟରେ ଉତୁରିଯିବ ସବୁ ବିଷ | ଆମର ଏହି ସୂଚନା ବଞ୍ଚାଇ ପାରିବ ଶତାଧିକ ଲୋକଙ୍କ ଜୀବନ |
ଆମ ଦେଶ ଏକ କୃଷି ପ୍ରଧାନ ଦେଶ | ଏଠାକାର ୭୦ ପ୍ରତିଶତ ଲୋକ ନିର୍ଭର କରନ୍ତି କୃଷି ଉପରେ | ତେବେ ସେମାନେ ଚାଷ ଜମିରେ କାମ କରୁଥିବା ବେଳେ ଅନେକ ସମୟରେ ସାପ କାମୁଡ଼ାର ଶିକାର ହୋଇଥାନ୍ତି | ତେବେ ଏଭଳି ଏକ ଔଷଧୀୟ ବୃକ୍ଷ ଅଛି ଯାହାକୁ ଚିରଚିଟା, ଅପମାର୍ଗ ଏବଂ ଓଲଟା କଣ୍ଟା ବି କୁହାଯାଏ | ଏହାର ବହୁତ ଔଷଧୀୟ ଗୁଣ ରହିଛି | ଏହା ମାନବ ଜାତି ପାଇଁ ଯେମିତି ପ୍ରକୃତିର ବରଦାନ ସଦୃଶ | ଏହାର ବ୍ୟବହାର କାହିଁ କେଉଁ କାଳରୁ ବୈଦ ଏବଂ ଆୟୁର୍ବେଦିକ ଚିକିତ୍ସାରେ ପ୍ରୟୋଗ ହୋଇଆସୁଛି | ଏହା ବିଭିର୍ନ ପ୍ରକାର ଅସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ | ଏହି ଗଛ ଭାରତର ପ୍ରାୟ ସବୁ ସ୍ଥାନରେ ଦେଖାଯାଏ | ବିଶେଷକରି ରାସ୍ତା କଡରେ, ବିଲ ହୁଡାରେ ଏଭଳି ଗଛ ଦେଖିବାକୁ ମିଳେ | ଏହାର ଦୁଇଟି ପ୍ରଜାତି ଦେଖିବାକୁ ମିଳେ | ଶ୍ୱେତ ବା ରକ୍ତ ଚିରଚିଟା, ଅପମାର୍ଗ | ଉଭୟ ବିଷନାଶକ | ଏହା ବାତ, କଫ ଓ ତ୍ୱଚା ରୋଗର ନିବାରଣ କରିଥାଏ | ଏହାବ୍ୟତୀତ ଏହା ପାଚନ, ରକ୍ତ ସଫା କରିବା ଏବଂ ଶରୀରରେ ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ | ଗର୍ଭଧାରଣରେ ବି ଏହାକୁ ବ୍ୟବହାର କରାଯାଇଥାଏ | ବିଶେଷକରି ଏହା ବିଷନାଶକ ଭାବେ ବେଶ ପରିଚିତ | ଯେ କୌଣସି ବିଷାକ୍ତ ଜୀବ ବିଛା, ଚମ୍ପେଇନେଉଳ ଓ ସାପ କାମୁଡ଼ିଲେ ଏହି ଗଛର ପତ୍ରର ରସକୁ ଲେପନ କରାଯାଏ |
ତେବେ ଚାଲନ୍ତୁ ଜାଣିବା ସାପ କାମୁଡ଼ିଥିଲେ ଏହାକୁ କିପରି ବ୍ୟବହାର କରାଯାଏ | ଯଦି କୌଣସି ବ୍ୟକ୍ତିଙ୍କୁ ବିଷାକ୍ତ ସାପ କାମୁଡ଼ିଛି ତେବେ ତୁରନ୍ତ ତାଙ୍କୁ ଏହି ଗଛର ପତ୍ରକୁ ବାଟି ରସ ବାହାର କରି ପିଇବାକୁ ଦିଆଯାଏ | ଏହାବ୍ୟତୀତ ଏହି ରସକୁ ବ୍ୟକ୍ତିଙ୍କ ନାକ ଓ କାନରେ ଗୋଟେ ଥର ପକା ଯାଏ | ଏହା ପରେ କିଛି କିଛି ସମୟ ବ୍ୟବଧାନରେ ରୋଗୀଙ୍କୁ ଅଳ୍ପ ଅଳ୍ପ କରି ଉକ୍ତ ରସକୁ ପିଇବାକୁ ଦିଆଯାଏ | ସାପ କାମୁଡିଥିବା ବ୍ୟକ୍ତି ବେହୋସ ହୋଇଯାଇଥାନ୍ତି | ତେଣୁ ସାପ ଚୋଟ ମାରିଥିବା ସ୍ଥାନକୁ ଟାଇଟ କରି କପଡ଼ା ବା ରସିରେ ବାନ୍ଧି ଦିଅନ୍ତୁ | ଯେପରି ବିଷ ଉପରକୁ ନଯାଇପାରିବ | ଏହି ସମୟରେ ଯଦି ଚିରଚିଟା ରସ ବ୍ୟକ୍ତିଙ୍କ ଶରୀରକୁ ଯାଏ ତାହା ବିଷକୁ କାଟି ଦେଇଥାଏ | ଫଳରେ ବ୍ୟକ୍ତି ବଂଚି ଯାଇଥାନ୍ତି ଏବଂ ହୋସ ମଧ୍ୟ ଆସିଯାଇଥାଏ | ଏଥିସହିତ ହସପିଟାଲ ନେବାକୁ ମଧ୍ୟ ସମୟ ମିଳି ଯାଇଥାଏ | ଏହା ଏକ ବହୁ ଚମତ୍କାରୀ ପ୍ରୟୋଗ | ଅନେକ ଲୋକ ଏହାର ଫାଇଦା ସମ୍ପର୍କରେ ଜାଣି ଆଜିବି ଏହାକୁ ପ୍ରୟୋଗ କରିଥାନ୍ତି |