ଗଞ୍ଜେଇ ଚାଷକୁ ନେଇ ବେଶ ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା | ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ ହୋଇ ବିଭିର୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି | ତେବେ ଆଜି ଭୋର ସମୟରେ ଓର୍କେଲ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି | ପୋଲିସ ତାଙ୍କ ନିକଟରୁ ୧୦୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି | ଗିରଫ ଅଭିଯୁକ୍ତ ଜଣକ ହେଲେ ମାଚିଆମ୍ବୋ ଗାଁର ବଳଭଦ୍ର ଖରା |
ବଳଭଦ୍ର ଆଜି ଭୋର ୪.୩୦ ମିନିଟ ସମୟରେ ଗଞ୍ଜେଇ ଚୋରା ଚାଲାଣ କରିବା ସମୟରେ ପାଣିଘାଟ ଛକ ନିକଟରେ ଧରାପଡିଥିଲେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଚିତ୍ରକୋଣ୍ଡା ଏସଡିପିଓ ଅଶୁଂମାନ ଦ୍ବୀବେଦି ସୂଚନା ଦେଇଛନ୍ତି|