ଆଶା କର୍ମୀ ସଙ୍ଘ ପକ୍ଷରୁ ହୋଇଛି ବିକ୍ଷୋଭ ପ୍ରଦର୍ଶନ | ବିଭିର୍ନ ଦାବି ପୂରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଣୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରିଛନ୍ତି ପ୍ରତିବାଦ | ଆଜି କେନ୍ଦ୍ରାପଡା ଜିଲ୍ଲା ଶତାଧିକ ଆଶା କର୍ମୀ ତିନିମୁହାଣୀ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡା ସହର ପରିକ୍ରମା କରିଥିଲେ । ପରେ ଆଶା କର୍ମୀମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଣୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ | ସେଠାରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ଦାବି ପୂରଣ ପାଇଁ ଆଶା କର୍ମୀ ସଂଘ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ନିକଟରେ ଏପ୍ରିଲ ୧୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ଦାବି ପୂରଣ ନହେଲେ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂଘ ଗଣଧାରଣା ଦେବ ବୋଲି ଚେତାବନୀ ଦେଇଛି ।