<h3><strong>ଆଜି ବିଶ୍ୱ ରଙ୍ଗମଞ୍ଚ ଦିବସ, କଳାକାର ମାନଙ୍କ ପାଇଁ ଦିନଟିଏ। ପୃଥିବୀରେ ବସବାସ କରୁଥିବା ମଣିଷର କର୍ମମୟ ଜୀବନରେ ମନୋରଞ୍ଜନର ଆବଶ୍ୟକତା ରହିଛି। ବାସ୍ତବତା ଭିତରେ ବେଳେ ବେଳେ ମଣିଷ ମନୋରଞ୍ଜନ ପାଇଁ ନିଜ ଠାରୁ ଭିନ୍ନ ଚରିତ୍ରରେ ଅଭିନୟ କରି ଅନ୍ୟକୁ ମନୋରଞ୍ଜନ କରିଥାଏ। </strong></h3> https://youtu.be/23tM9WKQ7g0 <h3><strong>ଅନ୍ତର୍ଜାତୀୟ ରଙ୍ଗମଞ୍ଚ ସଂସ୍ଥା ଦ୍ୱାରା 1961 ମସିହାରୁ ପ୍ରତିବର୍ଷ ମାର୍ଚ୍ଚ 27ତାରିଖରେ ବିଶ୍ୱ ରଙ୍ଗମଞ୍ଚ ଦିବସ ପାଳନ ହୋଇ ଆସୁଛି। ତେବେ ପୂର୍ବଭଳି ଆଜିର ଆଧୁନିକ ଦୁନିଆରେ ରଙ୍ଗମଞ୍ଚ ହଜିଯିବାକୁ ବସିଲାଣି। ନାଟକ ମାଧ୍ୟମରେ ସମାଜରେ ଘଟୁଥିବା ଘଟଣାକୁ ଦର୍ଶକଙ୍କ ସାମ୍ନାକୁ ଆଣୁଥିବା କଳାକାର ମାନେ ଆଜି ସଂଘର୍ଷ କରୁଛନ୍ତି। ଧିରେ ଧିରେ ନାଟକର ଚାହିଦା କମୁଥିବା ବେଳେ ନାଟକ ଲେଖୁଥିବା ନାଟ୍ୟକାର, ମଞ୍ଚକାର ଏବଂ କଳାକାରଙ୍କ ମଧ୍ୟରେ ଆଉ ଉତ୍ସାହ ଦେଖିବାକୁ ମିଳୁନାହିଁ। ଏହାରି ମଧ୍ୟରେ କୋରୋନା ପାଇଁ ମଧ୍ୟ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନାଟକ ପରିବେଶଣ ଉପରେ ବିଶେଷ ପ୍ରଭାବ ପଡିଛି। ଫଳରେ ରଙ୍ଗମଞ୍ଚରେ ଅଭିନୟ ପରିବେଶଷ କରୁଥିବା କଳାକାର ଠାରୁ ଆରମ୍ଭ କରି ରଙ୍ଗମଞ୍ଚ ସହ ଜଡିତ ପ୍ରତ୍ୟେକଟି ବ୍ୟକ୍ତିର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି। ଓଡିଶା ଭଳି ରାଜ୍ୟରେ ମଧ୍ୟ କଳାକାର ମାନଙ୍କର ସମାନ ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟରେ ରଙ୍ଗମଞ୍ଚ ପାଇଁ ଭିତ୍ତିଭୂମିର ଅଭାବ ସହିତ ସରକାରୀ ପ୍ରୋତ୍ସାହନ ମିଳୁନଥିବା ବେଳେ ହଜାର ହଜାର କଳାକାରଙ୍କ ଜୀବନ, ଜୀବିକା ଏବେ ଦୁର୍ବିସହ ହୋଇପଡିଛି | </strong></h3>