ବାପା କାନ୍ଧରେ ଝିଅର ଶବ | ଝିଅର ମୃତଦେହକୁ କାନ୍ଧରେ ପକାଇ ଚାଲି ଚାଲି ଯାଉଛି ଗରିବ ବାପା | ତେବେ ଏହି ଦୃଶ୍ୟ ଦେଖିଲେ ଆମର ମନେ ପଡି ଯାଉଛି ଓଡ଼ିଶାର ଦାନ ମାଝି ଘଟଣା | ଦାନ ମାଝି ନିଜ ପତ୍ନୀର ଶବକୁ କାନ୍ଧରେ ବୋହି ନେବା ଘଟଣା ସାରା ଓଡ଼ିଶାରେ ଚହଳ ପକାଇଥିଲା | ସେହିଭଳି ଛତିଶଗଡ଼ରେ ଆଜିର ଏହି ହୃଦୟଥରା ଦୃଶ୍ୟ ଦେଖି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ଆଖିରୁ ମଧ୍ୟ ଲୁହ ଗଡି ଯାଇଥିଲା | ତେବେ ଏହି ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି | ଛତିଶଗଡର ସୁରଗୁଜା ଜିଲ୍ଲାରେ ଏଭଳି ହୃଦୟବିଦାରଙ୍କ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ ନିର୍ଦ୍ଦେଶ ଦେଇଛନ୍ତି|
ସୂଚନା ଅନୁଯାୟୀ, ଅମଦାଲା ଗାଁର ବାସିନ୍ଦା ଇଶ୍ୱର ଦାସଙ୍କ ଝିଅ ସ୍ୱାସ୍ଥ୍ୟ ବହୁତ ଖରାପ ଥିଲା | ତାଙ୍କର ଅମ୍ଳଜାନ ସ୍ତର ବହୁତ କମ୍ ଥିଲା ଏବଂ ସେ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ | ଜିଲ୍ଲାର ଲଖନପୁର ଗ୍ରାମରେ ଥିବା କମ୍ୟୁନିଟି ହେଲଥ ସେଣ୍ଟରରେ ଝିଅର ଚିକିତ୍ସା ପାଇଁ ଭର୍ତି କରିଥିଲେ | ହେଲେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିଲା | ହସ୍ପିଟାଲ୍ରେ ଆମ୍ବୁଲାନ୍ସ ନଥିବାରୀ ଅସହାୟ ବାପା ଝିଅର ମୃତଦେହକୁ କାନ୍ଧରେ ବୋହି ବୋହି 10 କିଲୋମିଟର ଚାଲି ଘରକୁ ନେଇକି ଯାଇଥିଲେ ।