ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶରେ ଆରମ୍ଭ ହୋଇଥିଲା ମେକ୍ ଇନ୍ ଇଣ୍ଡିଆ ଅଭିଯାନ | ଏଥିପାଇଁ ପିଏମ ମୋଦୀ ଘରୋଇ ସ୍ତରରେ ସ୍ମାର୍ଟଫୋନ୍ ଉତ୍ପାଦନ ପାଇଁ ପ୍ରଡକ୍ସନ୍ ଲିଙ୍କ୍ ଇନିସିଏଟିଭ୍ ସ୍କିମ୍ (PLI ସ୍କିମ୍) ଘୋଷଣା କରିଥିଲେ | ଯାହାର ପ୍ରଭାବ ଏବେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି | 2022 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆପଲ୍ ୧୦,000 କୋଟି ଟଙ୍କା ଆଇଫୋନ୍ ରପ୍ତାନି କରି ରେକର୍ଡ କରିଛି। ଆପଲର ଏହି ସଫଳତା ଉପରେ, କେନ୍ଦ୍ରର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଡକ୍ସନ୍ ଲିଙ୍କ୍ ଇନିସିଏଟିଭ୍ ଯୋଜନାକୁ ଖୁବ ପ୍ରଶଂସା କରିଛନ୍ତି।
୨୦୨୨ ଆର୍ଥିକ ବର୍ଷରେ, ଆପଲ୍ ଘରୋଇ ଚାହିଦାର ପ୍ରାୟ ୭୫ ରୁ ୮୦ ପ୍ରତିଶତ ପୂରଣ ପାଇଁ ମଧ୍ୟ କାର୍ୟ୍ୟ କରିଛି ଜ୍ଝ ସୂଚନା ଥାଉ କି , ଏକ ବର୍ଷ ପୂର୍ବେ ଆପଲ୍ ଘରୋଇ ଉତ୍ପାଦନରୁ ମାତ୍ର ୧୦ ରୁ ୧୫ପ୍ରତିଶତ ଯୋଗଦାନ ଦେଇଥିଲା | କିନ୍ତୁ ୱିଷ୍ଟ୍ରନ୍ ଏବଂ ଫକ୍ସକନ୍ ଘରୋଇ ଭାବରେ ଆଇଫୋନ୍ ଉତ୍ପାଦନ କରିବାର ଦାୟିତ୍ବ ପାଇବା ପରଠାରୁ ଘରୋଇ ଚାହିଦା ପୂରଣ କରିବାରେ ବେଶ ସହାୟକ ହୋଇଛି | ଏହା ବ୍ୟତୀତ, ପେଗାଟ୍ରନ୍ କମ୍ପାନୀ ହେଉଛି ଆପଲ୍ ର ଏକ ତୃତୀୟ ଉତ୍ପାଦନ କମ୍ପାନୀ, ଯାହାକି PLI ଯୋଜନା ଅଧୀନରେ ମଧ୍ୟ ଚୟନ କରାଯାଇଛି | ଏହି କମ୍ପାନୀରେ ଉତ୍ପାଦନ ଏପ୍ରିଲ 1 ରୁ ଆରମ୍ଭ ହେବ |
ଭାରତରୁ ସର୍ବାଧିକ ରପ୍ତାନି ହୋଇଥିବା ଆଇଫୋନ୍ ମଡେଲଗୁଡିକରେ ରହିଛି ଆପଲ୍ ଆଇଫୋନ୍ SE 2020 ସ୍ମାର୍ଟଫୋନ୍ | ଏହା ୱିଷ୍ଟ୍ରନ୍ ଉତ୍ପାଦନ କେନ୍ଦ୍ରରେ ପ୍ରସ୍ତୁତ କରାଯାଉଛି | ଆଇଫୋନ୍ SE 2020 ପରେ, ଆଇଫୋନ୍ 11 ଏବଂ ଆଇଫୋନ୍ 12 ସ୍ମାର୍ଟଫୋନର ସବୁଠାରୁ ଅଧିକ ରପ୍ତାନି ଭାରତରୁ ହିଁ ହୋଇଛି | ଆଇଫୋନ୍ 12 ଏବଂ ଆଇଫୋନ୍ 13 ଫକ୍ସକନ୍ କମ୍ପାନୀ ଦ୍ୱାରା ହେଉଛି ନିର୍ମିତ | ଆପଣଙ୍କୁ କହିରଖୁ ଯେ ଆପଲ୍ ପ୍ରାୟ ଦୁଇ ବର୍ଷ ପୂର୍ବେ ଭାରତରେ ଘରୋଇ ଭାବରେ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିଛି | ଏଥିପାଇଁ ସରକାର ଏପ୍ରିଲ 2020 ରେ ସ୍ମାର୍ଟଫୋନ୍ ପାଇଁ PLI ଯୋଜନା ଘୋଷଣା କରିଛନ୍ତି | ତେବେ, କୋଭିଡ 19 ହେତୁ ଏହି ଯୋଜନା ବନ୍ଦ ହୋଇ ନାହିଁ | ଏଭଳି ପରିସ୍ଥିତିରେ ସରକାରଙ୍କ ଦ୍ୱାରା 5 ବର୍ଷର ଯୋଜନାକୁ ଏକ ବର୍ଷ ବଢ଼ାଇ 6 ବର୍ଷକୁ ବୃଦ୍ଧି କରାଯାଇଛି । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଏହି ଯୋଜନା ଦ୍ୱାରା ଭାରତକୁ ଫୋନ୍ ପାଇଁ ଏକ ରପ୍ତାନି କେନ୍ଦ୍ର କରିବାରେ ବେଶ ସାହାଯ୍ୟ କରିବ | ଏଥିସହିତ ଘରୋଇ ଚାହିଦା ପୂରଣ ହୋଇପାରିବ |