ଋଷ-ୟୁକ୍ରେନ ଯୁଦ୍ଧକୁ ମାସେ ପୁରିଛି । ତଥାପି ଫିଟୁନି ସମାଧାନର ବାଟ । ଏହାରି ଭିତରେ ୟୁକ୍ରେନ ସେନାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଆସନ୍ତା ମେ ୯ ତାରିଖରେ ଋଷ ଯୁଦ୍ଧ ଶେଷ କରିବାକୁ ଚାହୁଁଥିବା ୟୁକ୍ରେନ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ କିଭ ଇଣ୍ଡିପେଡେଣ୍ଟର ଏକ ରିପୋର୍ଟରେ ପ୍ରକାଶ କରାଯାଇଛି ।
ମେ ୯ ତାରିଖ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ମସ୍କୋ ପକ୍ଷରୁ ଋଷ ସେନାକୁ ନିର୍ଦ୍ଦେଶ ଦିଆଯାଇଥିବା ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି । ଋଷରେ ଏହି ଦିନଟିକୁ ନାଜି ଜର୍ମାନୀ ଉପରେ ବିଜୟର ଦିନ ଭାବରେ ପାଳନ କରାଯାଏ । ୟୁକ୍ରେନର ଶତାଧିକ ନାଗରିକଙ୍କୁ ଋଷ ବଳ ପୂର୍ବକ ନିଜ ଦେଶକୁ ନେଇ ଯାଉଥିବା ୟୁକ୍ରେନ ଅଭିଯୋଗ କରିଛି । କିଭ ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ ରୁଷ ପକ୍ଷରୁ ଏଭଳି ଏକ ରଣନୀତି ଆପଣାଯାଇଛି । ୟୁକ୍ରେନ ଅଧିକାରୀ ୟୁଡମିଲା ଡେନିସୋଭା କହିଛନ୍ତି ଯେ, ପ୍ରାୟ ୮୪,୦୦୦ ଶିଶୁଙ୍କ ସମେତ ୪୦୨,୦୦୦ ଲୋକଙ୍କ ନିଜ ଇଚ୍ଛା ବିରୋଧରେ ଅପହରଣ କରିଛି ଋଷ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ନେତାମାନେ ନାଟୋ ମୁଖ୍ୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ।