ଆଦିବାସୀଙ୍କ ଯାତ୍ରା ମା ଭୈରବୀ ଯାତ୍ରା | ଆଦିବାସୀମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି ଏହି ଯାତ୍ରା | ମା ଭୈରବୀଙ୍କୁ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ମାଙ୍କ ନିକଟରେ ଅନେକ ମାନସିକଧାରୀ ବଳି ମଧ୍ୟ ପକାଇଥାନ୍ତି | ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଠାରେ ଗତକାଲିଠାରୁ ଏହି ଯାତ୍ରା ଆରମ୍ଭ ହୋଇଛି | ଏହି ଯାତ୍ରାରେ ଆଖ ପାଖ ଅଞ୍ଚଳର ଅନେକ ଶିରୁଆ ଲାଠି ନେଇ ଆସିଥାନ୍ତି| ମାଙ୍କ ନିକଟରେ ହୋଇଥାଏ ବାଡ଼ି ଖେଳ |
ପ୍ରତିବର୍ଷ ମାର୍ଚ୍ଚ ମାସରେ ଏହି ଯାତ୍ରା ଅନୁଷ୍ଠିତ ହୁଏ। ତିନିଦିନ ଧରି ପାଳନ କରାଯାଇଥାଏ ଏହି ଯାତ୍ରା | ତେବେ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳ ଓ ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଯାତ୍ରାରେ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି | କମିଟି ସଦସ୍ୟମାନେ ଏହି ଯାତ୍ରା ପରିଚାଳନା କରିଥାନ୍ତି | ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଯାତ୍ରା ପଡିଆରେ ଅନେକ ଦୋକାନ ବଜାର ମଧ୍ଯ ଲାଗିଛି। ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି | ସୂଚନା ଥାଉକି, ଅନେକ ବର୍ଷ ଆଗରୁ ଘଞ୍ଚ ଜଙ୍ଗଲ ମଧ୍ୟରେ ନିର୍ଦ୍ଧିଷ୍ଟ ଏକ ଗଛ ମୂଳେ ମା ଭୈରବୀଙ୍କ ଏକ ପଥର ପ୍ରତିମା ଦେଖାଯାଇଥିଲା | ଏଣୁ ସେବେଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନରେ ମାଙ୍କ ପୂଜାର୍ଚ୍ଚନା ସହ ଯାତ୍ରା ଅନୁଷ୍ଠିତ ହେଉଛି |