ଐତିହ୍ୟ ଓ ବହୁ ପୁରାତନ ପରମ୍ପରାର ରାଜ୍ୟ ହେଲା ଓଡିଶା | ଭାଇଚାରାକୁ ନେଇ ଏଠାରେ ଅନେକ ସମୟରେ ଅନେକ ପର୍ବ ପାଳନ କରାଯାଇଥାଏ | ସେ ସବୁ ମଧ୍ୟରୁ ଗୋଟିଏ ହେଲା ଦୋଳ ମେଲଣ | ଦୋଳ ମେଲଣରେ ଆଖପାଖ ଅଞ୍ଚଳରୁ ବିମାନରେ ଠାକୁରମାନେ ଆସି ହୋଇଥାନ୍ତି ଏକାଠି | ମେଳଣ ପଡିଆରେ ସବୁ ଠାକୁରଙ୍କୁ ଲାଗି କରାଯାଇଥାଏ ବିଭିର୍ନ ପ୍ରକାର ଭୋଗ | ପରେ ଠାକୁରଙ୍କ ସହ ଭକ୍ତମାନେ ମଧ୍ୟ ଅବିରରେ ଖେଳିଥାନ୍ତି ହୋଲି | ସେହିଭଳି ସୁକିନ୍ଦାଗଡର ବହୁ ପୁରାତନ ଉତ୍ସବ ହେଲା ସୁକିନ୍ଦା ଜଗନ୍ନାଥଜିୟୁ ମେଲଣ | ସୁକିନ୍ଦାଗଡର ବିଭିନ୍ନ ସାହିରୁ ୧୪ ଟି ବିମାନ ବିମାନ ଆସି ଏକାଠି ହୋଇଥାନ୍ତି | ପୂଜା ମଣ୍ଡପରେ ପୂଜାର୍ଚ୍ଚନା ପରେ ଭୋଗ ଲାଗି କରାଯାଇଥାଏ । ଆଜି ସକାଳ ଆରତୀ ସରିବା ପରେ ସୁକିନ୍ଦାଗଡର ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ନିଜ ନିଜ ବିମାନକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଛି ।
ସୁକିନ୍ଦା ଜଗନ୍ନାଥଜିୟୁ ମେଲଣ ଗତକାଲି ସନ୍ଧ୍ୟାରେ ହୋଇଥିଲା ଆରମ୍ଭ | ଏହି ଅବସରରେ ସୁକିନ୍ଦା ଗଡରେ ମେଲଣ ଆରମ୍ଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୪ଜଣ ବୈଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସନ୍ମାନିତ୍ କରାଯାଇଥିଲା | ତେବେ ଅନୁଷ୍ଠାନକୁ ଗଢିଥିବା ଅନ୍ୟ କିଛି ବ୍ୟକ୍ତିଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କ ଉଦ୍ଦେଶ୍ୟରେ କମିଟି ପକ୍ଷରୁ ସ୍ମୃତିଚାରଣ ସଭା ଓ ଶାନ୍ତି ପଠା କରାଯାଇଥିଲା। ପରେ ସୁକିନ୍ଦା ଜଗନ୍ନାଥଜିୟୁ ମେଲଣ ଉତ୍ସବ କମିଟି ପକ୍ଷରୁ ଏକ ଭଜନ ସମାରହୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଭଜନ ବୁଧବାର ବିଳମ୍ବିତ ରାତ୍ରୀରେ ସମାପନ ହୋଇଥିଲା ।