ୟୁକ୍ରେନରେ ଋଷ ସୈନିକ ଜାରି ରଖିଛନ୍ତି ତାଣ୍ଡବଲୀଳା | ପ୍ରତିଦିନ ଶହ ଶହ ନୀରିହ ଲୋକମାନେ ହରାଉଛନ୍ତି ପ୍ରାଣ । ତେବେ ୟୁକ୍ରେନ ବିରୋଧରେ ଯୁଦ୍ଧ ନିଷ୍ପତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପଡିଛି ମହଙ୍ଗା | ଭ୍ଲାଦିମିର ପୁଟିନ ଏବେ ଏକା ପଡିଯାଇଛନ୍ତି | ସମଗ୍ର ବିଶ୍ୱ ପୁଟିନଙ୍କ ଏହି ନିଷ୍ପତିକୁ କରିଛି ଦୃଢ଼ ବିରୋଧ | ଦୁନିଆର ସମସ୍ତ ଦେଶ ସହିତ ତାଙ୍କର ପୂର୍ବ ସହଯୋଗୀମାନେ ମଧ୍ୟ ତାଙ୍କୁ ଏକୁଟିଆ ଚଡି ଚାଲି ଯାଉଥିବା ଦେଖିବାକୁ ମିଳୁଛି | ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବରିଷ୍ଠ ପରାମର୍ଶଦାତା ତଥା କ୍ଳାଇମେଟ୍ କୂଟନୀତିଜ୍ଞ ଆନାଟୋଲି ଚୁବାଇସ୍ ୟୁକ୍ରେନ୍ ଉପରେ ଆକ୍ରମଣକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ସବୁଦିନ ପାଇଁ ଋଷ ଛାଡିଥିବା ଜଣାପଡିଛି । । ଆନାଟୋଲି ନିଜ ଇଚ୍ଛାରେ ଇସ୍ତଫା ଦେଇଥିବା କ୍ରେମଲିନ୍ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ।
ଆନାଟୋଲି ହେଉଛନ୍ତି ରୁଷର ଜଣେ ଉଚ୍ଚସ୍ତରୀୟ କୂଟନୀତିଜ୍ଞ। ଉନ୍ନତିମୂଳକ ପଦକ୍ଷେପ ଦିଗରେ ଅନ୍ତର୍ଜାତୀୟ ସଙ୍ଗଠନ୍ ସହ ଡିଲ ପାଇଁ କ୍ରେମିଲିନ୍ ପକ୍ଷରୁ ସ୍ୱତନ୍ତ୍ର ଦୂତ ଭାବେ ସେ ନିଯୁକ୍ତ ହୋଇଥିଲେ। ତେବେ ସେ ଚାକିରି ଛାଡ଼ି ତୁର୍କୀ ପଳାଇ ଯାଇଥିବା କୁହାଯାଉଛି।
ଆନାଟୋଲି ଚୁବାଇସ୍ ଙ୍କ ବୟସ 66 ବର୍ଷ | 1990 ଦଶକରୁ ସେ ପୁଟିନଙ୍କ ପରାମର୍ଶଦାତା ଭାବେ ରହିଆସିଥିଲେ | ସଁ ରୁଷର ଅନେକ ଅଥନୈତିକ ସଂସ୍କାରର ନେତୃତ୍ୱ ନେଇଛନ୍ତି। ଏଥିସହିତ ସେ ରୁଷ ସରକାରରେ ରହି ପାଶ୍ଚାତ୍ୟ ଦେଶଗୁଡିକ ସହ ସମ୍ପର୍କ ବଜାୟ ରଖିଥିଲେ ।