ଆସନ୍ତାକାଲି ପଡିବ ପୌରାଞ୍ଚଳ ଭୋଟ । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହେବ ସିଲ। ପୌର ନିର୍ବାଚନକୁ ନେଇ ସରିଛି ସମସ୍ତ ପ୍ରସ୍ତୁତି | ଖୋର୍ଦ୍ଧାରେ ଶାନ୍ତିଶୃଙ୍ଖଳାର ସହ ପୋୖର ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା | ଆଜି ସମସ୍ତ ବୁଥରେ ପହଂଚିଛନ୍ତି ପୋଲିଂ କର୍ମଚାରୀ |
ଜଟଣୀରେ ମୋଟ ୨୩ ୱାର୍ଡ ପାଇଁ କରାଯାଇଛି ୫୪ ବୁଥ | ସେହିପରି ତିନୋଟି ପିଙ୍କ ବୁଥ କରାଯାଇଛି । ପ୍ରତି ବୁଥରେ ପାଞ୍ଚଜଣ କର୍ମଚାରୀ ସହିତ ପୋଲିସ କନେଷ୍ଟବଳ ହୋଇଛନ୍ତି ନିୟୋଜିତ। ନିଜେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଉପସ୍ଥିତ ରହି କରୁଛନ୍ତି ଅନୁଧ୍ୟାନ | ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇ ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ। ସୂଚନା ଥାଉକି, ରାଜ୍ୟରେ ୧୦୬ ପୌର ପରିଷଦ ଓ ଏନ୍ଏସି ପାଇଁ କରାଯିବ ଭୋଟ ଗ୍ରହଣ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭୋଟ୍ ଗ୍ରହଣ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ୧୯୫ ପ୍ଲାଟୁନ ପୋଲିସ ମୁତୟନ କରାଯିବ ।