‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ଚାରିଆଡେ ଚର୍ଚ୍ଚା | କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ନିର୍ମିତ ଫିଲ୍ମକୁ ଅନେକ ସମର୍ଥନ କରୁଥିବା ବେଳେ ଅନେକ ଏହାକୁ କରୁଛନ୍ତି ବିରୋଧ | ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଜାରି ରହିଛି ବିବାଦ। ସମ୍ପ୍ରତି ବିବାଦ ମଧ୍ୟରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ପ୍ରଥମ ଥର ପାଇଁ ନିଜ ମୁହଁ ଖୋଲିଛନ୍ତି | ଫାରୁକ୍ କହିଛନ୍ତି ଯେ କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବା ପାଇଁ ଦାୟୀ ଥିଲେ ସେତେବେଳେ ଦିଲ୍ଲୀରେ ଶାସନ କରୁଥିବା ସରକାର । ଏଥିପାଇଁ ମୁଁ ଦାୟୀ ନୁହେଁ। ଯଦି ମୁଁ ଦାୟୀ ବୋଲି ପ୍ରମାଣ ମିଳେ, ତେବେ ମୋତେ ଯେଉଁଠି ଚାହିଁବେ ଫାଶୀଖୁଣ୍ଟରେ ଝୁଲାଇ ଦେବେ |’
ଫାରୁକ୍ ଅବଦୁଲ୍ଲା ଏକ ସାକ୍ଷାତକାରରେ କହିଛନ୍ତି , ପ୍ରତ୍ୟେକ କାଶ୍ମୀରୀ ଚାହାଁନ୍ତି କାଶ୍ମୀରୀ ପଣ୍ଡିତମାନେ ଫେରି ଆସନ୍ତୁ। ୧୯୯୦ରେ ରେ ଯାହା ଘଟିଥିଲା ତାହା ଥିଲା ଏକ ଷଡଯନ୍ତ୍ର | ଏହି ଷଡଯନ୍ତ୍ରରେ କାଶ୍ମୀରୀ ପଣ୍ଡିତମାନଙ୍କୁ ପଳାୟନ ପାଇଁ ବାଧ୍ୟ କରାଯାଇଥିଲା । ମୋର ହୃଦୟ ଆଜି ବି ସେମାନଙ୍କ ପାଇଁ କାନ୍ଦୁଛି |
‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ଉପରେ ଅବଦୁଲ୍ଲା କହିଛନ୍ତି – ‘ଏହି ଫିଲ୍ମ କେବଳ ଏକ ପ୍ରଚାରର ମାଧ୍ୟମ। ଏହା ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ଭାଇଚାରା ନଷ୍ଟ କରୁଛି | ଏହା ଦ୍ୱାରା ହିନ୍ଦୁ ଆଉ ମୁସଲିମଙ୍କ ମଧ୍ୟରେ ବିବାଦ ଦେଖାଦେବ | ଯୋଉଟା ସମାଜ ପାଇଁ ଶୁଭ ସଂକେତ ନୁହେଁ |
ସୂଚାନଯୋଗ୍ୟ ଯେ , ଚଳଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ରେ ୧୯୯୦ ମସିହାରେ କାଶ୍ମୀର ପଣ୍ଡିତମାନେ କିଭଳି ଭାବେ ଅତ୍ୟାଚାରର ଶିକାର ହୋଇଥିଲେ ଏବଂ କିଭଳି ତାଙ୍କ ନରସଂହାର କରାଯାଇଥିଲା ତାହା ଫିଲ୍ମରେ ଦେଖାଯାଇଛି | କାଶ୍ମୀର ପଣ୍ଡିତଙ୍କ ପଳାୟନ ପାଇଁ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଦାୟୀ କରାଯାଇଛି।