୧୦ ଜଣଙ୍କୁ ଜୀଅନ୍ତା ଜାଳି ଦେଲେ। ତ୍ରୁଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ କରିଛନ୍ତି ଉତ୍ୟକ୍ତ କର୍ମୀ | ଉତ୍ୟକ୍ତ ଟିଏମସି କର୍ମୀ ୧୦-୧୨ ଜଣଙ୍କ ଘରର ମୁଖ୍ୟଦ୍ଵାର ବନ୍ଦ କରି ଲଗାଇ ଦେଇଥିଲେ ନିଆଁ । ଫଳରେ ଘର ଭିତରେ ଥିବା ୧୦ ଜଣ ଜୀବନ୍ତ ଜଳି ଯାଇଥିବା ଜଣାଯାଇଛି | ଏହାସହ ଅନେକ ଲୋକ ଗୁରୁତ୍ୱର ହୋଇଥିବା ବେଳେ ତାଙ୍କୁ ମେଡିକାଲ ପଠାଯାଇଛି । ସବୁଠାରୁ ବଡକଥା ହେଲା ଗୋଟିଏ ପରିବାରର ୭ ଜଣ ଲୋକ ଏହି ନିଆଁରେ ଜଳି ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ପଶ୍ଚିମବଙ୍ଗର ବୀରଭୂମିରେ ଜିଲ୍ଲାରେ |
ପଶ୍ଚିମବଙ୍ଗରେ ପୁଣିଥରେ ଉଗ୍ରରୂପ ନେଇଛି ରାଜନୈତିକ ହିଂସା | ରାଜ୍ୟର ବୀରଭୂମ ଜିଲ୍ଲାର ରାମପୁରହାଟରେ ଜଣେ ଟିଏମସି ନେତାଙ୍କ ଉପରେ ବୋମାମାଡ ହେବା ପରେ ଟିଏମସି କର୍ମୀମାନେ ଉଗ୍ର ହୋଇପଡିଛନ୍ତି । ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବହୁ ସଂଖ୍ୟକ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି।ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ରିପୋର୍ଟରୁ ଜଣାଯାଇଛି ଯେ, ସୋମବାର ଦିନ ତୃଣମୂଳ କଂଗ୍ରେସ ନେତା ତଥା ବାରଶଲ ଗ୍ରାମ ପଞ୍ଚାୟତର ଉପମୁଖ୍ୟ ଭଦୁ ଶେଖଙ୍କ ଉପରକୁ ବୋମା ମାଡ କରାଯାଇ ହତ୍ୟା କରାଯାଇଛି। ଭଦୁଙ୍କ ମୃତ୍ୟୁ ଖବର ଟିଏମସି କର୍ମୀଙ୍କ ନିକଟରେ ପହଞ୍ଚିବା ମାତ୍ରେ ସେମାନେ ଉତ୍ୟକ୍ତ ହୋଇପଡି ଥିଲେ।ଏହା ପରେ ହତ୍ୟା କରିଥିବା ସନ୍ଦିଗ୍ଧଙ୍କ ଘରେ ନିଆଁ ଲଗାଇ ଦେଇଥିଲେ |