ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ | କେନ୍ଦୁଝର ଆନନ୍ଦପୁର ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ | ସହକାରୀ ଯନ୍ତ୍ରୀ ଉମେଶଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ, ହାତଡ଼ିହି ବ୍ଲକ ବେତିରା ସ୍ଥିତ ପୈତୃକଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି ଚଢ଼ାଉ ।
ଭିଜିଲାନ୍ସ ବିଭାଗର ଏକ ୯ଜଣିଆ ଟିମ୍ ଶାଳପଡା ସରକାରୀ ବାସଭବନରେ କରିଛି ଚଢାଉ । ସେହିଭଳି ବେତିରା ସ୍ଥିତ ପୈତୃକ ବାସଭବନରେ ଏକ ଟିମ ଚଢ଼ାଉ କରିଛନ୍ତି । ଆନନ୍ଦପୁର ସମେତ , ଭଦ୍ରକ , ଭୂବନେଶ୍ୱରରେ ମଧ୍ୟ ରେଡ୍ ଚାଲିଥିବା ସୂଚନା ମିଳିଛି । ଉମେଶ ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ ବନ୍ୟା ନିୟନ୍ତ୍ରଣ ବିଭାଗ ଦାୟିତ୍ୱରେ ଥିଲେ । ଉମେଶଙ୍କ ବିରୋଧର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା