ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଜଟଣୀ ନିକଟବର୍ତ୍ତୀ ନିଜିଗଡ଼ କୁରୁକି ହରିରାଜପୁର ସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଉଛି ବିଭିର୍ନ ପଦକ୍ଷେପ | ଜାଭିୟର ବିଶ୍ୱବିଦ୍ୟାଳୟ ଅଧୀନରେ ପାଠ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କରାଯାଇଛି | ପ୍ରାୟ ୧୫୬ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ମୋଟ ୧ କୋଟି ୫ ଲକ୍ଷ ଟଙ୍କା ଛାତ୍ର ବୃତ୍ତି ଭାବେ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି | ଏହା ଦ୍ୱାରା ଗରିବ ଶ୍ରେଣୀର ପିଲାମାନେ ଆଗକୁ ଆହୁରି ଭଲ ପାଠ ପଢି ପାରିବେ ଏବଂ ଏହାକୁ ଦେଖି ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଜାଭିୟର ବିଶ୍ୱବିଦ୍ୟାଳୟର ରେଜିଷ୍ଟର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାଭିୟର ବିଶ୍ଵବିଦ୍ୟାଳୟର ଭାଇସ ଚ୍ୟାନ୍ସଲର ଡ଼ ଫାଦର ଆଣ୍ଟୋନୀ ଆର୍ ଉଭାରୀ, ଫାଦର ଭି. ଆରୋକିୟା ଦାସ, ପ୍ରଫେସର ବିକ୍ରମ. କେ. ବାହିନିପତି ପ୍ରମୁଖ ଉପସ୍ଥିତ ଥିଲେ I